Thursday, July 3, 2025
23.6 C
Odisha

ବାତ୍ୟା ଦାନା ପାଇଁ ଢେଙ୍କାନାଳ ପ୍ରଶାସନ ସଜାଗ, ପଲ୍ଲିଶ୍ରୀ ମେଳାର ସମସ୍ତ ଷ୍ଟଲ ଓ ଉଠା ଦୋକାନୀ ବନ୍ଦ

ଆଗକୁ ପଢନ୍ତୁ

ଢେଙ୍କାନାଳ : ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପାଇଁ ଲାଗିଥିବା ବଡ ବଡ କପଡା ଗେଟ ଓ ଲାଇଟ୍ ଗେଟ ଖୋଲାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଉଠା ଦୋକାନୀଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦିଆଯାଉଛି । ରାଜ୍ୟ ବାହାରୁ ଆସିଥିବା ଉଠା ଦୋକାନୀଙ୍କୁ ଅର୍ବାନ ସେଣ୍ଟର ହୋମରେ ରଖାଯିବ । ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ଅଗ୍ନଶ୍ରମ ବିଭାଗ ପ୍ରସ୍ତୁତ ରହିଛି । ପଲ୍ଲୀଶ୍ରୀ ମେଳାରେ ଲାଗିଥିବା ସମସ୍ତ ଷ୍ଟଲ ଓ ଉଠା ଦୋକାନ ବନ୍ଦ କରାଯାଇଛି ।

ଜିଲ୍ଲାର ମୋଟ ଆଠଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ଯାଗାକୁ ସ୍ଥାନାନ୍ତର କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ କିଭଳି କଳାବଜାରୀ ନହେବ ସେଥିପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟିମ ଗଠନ କରାଯାଇଛି । ଜିଲ୍ଲାର ୪୩୭ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ନିକଟସ୍ଥ ସିଏଚସି ପିଏଚସିରେ ଭର୍ତ୍ତି କରାଯିବ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
23.6 ° C
23.6 °
23.6 °
94 %
1.2kmh
100 %
Thu
25 °
Fri
29 °
Sat
31 °
Sun
30 °
Mon
25 °

ସମ୍ବନ୍ଧିତ