Saturday, January 18, 2025
26 C
Odisha

    ୟୁରିକ ଏସିଡ ସମସ୍ୟା ଦୂର କରିବ ଚଟଣୀ, ଏପରି କରନ୍ତୁ ସେବନ

    ଆଗକୁ ପଢନ୍ତୁ

    ଅନିୟମିତ ଦିନଚର୍ଯ୍ୟା ଭୁଲ ଖାଦ୍ୟାଭ୍ୟାସ କାରଣରୁ ପ୍ରାୟ ସବୁ ବୟସର ଲୋକଙ୍କଠାରେ ୟୁରିକ୍‌ ଏସିଡ୍‌ ସମସ୍ୟା ଦେଖାଯାଉଛି । ଶରୀରରେ ୟୁରିକ୍‌ ଏସିଡ୍‌ ବଢ଼ିଲେ ଆର୍ଥ୍ରାଇଟିସ, କିଡ୍‌ନୀ ଷ୍ଟୋନ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା ବଢ଼ିଯାଏ । କେବଳ ସୁଷମ ଖାଦ୍ୟ ଏବଂ ଘରୋଇ ଉପଚାର ଏହାକୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ । ଆସନ୍ତୁ ସେ ବିଷୟରେ ଜାଣିବା…
    ୟୁରିକ୍‌ ଏସିଡ୍‌ ସମସ୍ୟାର ସମାଧାନ:
    ବିଶେଷଜ୍ଞଙ୍କ ମତରେ ଖାଦ୍ୟରେ ଧନିଆ ଏବଂ ପୋଦିନା ଖାଇବା ଦ୍ୱାରା ୟୁରିକ୍‌ ଏସିଡ୍‌ ସମସ୍ୟା ଦୂର ହୋଇଥାଏ । ଯଦି ଏହାର ଚଟଣୀ ପ୍ରତିଦିନ ଖାଦ୍ୟ ସହିତ ଖାଉଛନ୍ତି, ତେବେ ୟୁରିକ୍‌ ଏସିଡ୍‌ର ମାତ୍ରା କମିଯାଏ । କେବଳ ଏତିକି ନୁହେଁ, ଏହା କିଡ୍‌ନୀକୁ ମଜଭୁତ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
    ଉପାଦାନ:
    ଚଟଣୀ ତିଆରି କରିବା ପାଇଁ ଧନିଆ ଏବଂ ପୋଦିନା ପତ୍ର ସହିତ କିଛି କୋଲା ରସୁଣ, ଅଦା, ଲେମ୍ବୁ ରସ, ଜିରା ପାଉଡର, କଳା ଲୁଣ ଏବଂ କଞ୍ଚାଲଙ୍କା ବ୍ୟବହାର କରିପାରିବେ । ଏହା ଉଭୟ ସ୍ୱାଦରେ ଏବଂ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବିବେଚନା କରାଯାଏ ।
    କିଡ୍‌ନୀକୁ ଡିଟକ୍ସ କରେ:
    ଧନିଆ ଏବଂ ପୋଦିନାରେ ଡାଇୟୁରେଟିକ୍‌ ଗୁଣ ରହିଛି, ଯାହା ପରିସ୍ରା ମାଧ୍ୟମରେ ୟୁରିକ୍‌ ଏସିଡ୍‌ ବାହାର କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଲେମ୍ବୁ ଏବଂ ଅଦା କିଡ୍‌ନୀକୁ ଡିଟକ୍ସ କରିବାରେ ସାହାଯ୍ୟ କରେ । ଯେଉଁ କାରଣରୁ ଏହା ଭଲ କାମ କରିବାରେ ସକ୍ଷମ ହୋଇଥାଏ । ଏହା ବ୍ୟତୀତ ରସୁଣ ଏବଂ ଅଦାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ୟୁରିକ୍‌ ଏସିଡ୍‌ ଦ୍ୱାରା ଶାରୀରିକ ଫୁଲା ଏବଂ ଯନ୍ତ୍ରଣାକୁ ହ୍ରାସ କରିଥାଏ । ମୋଟ ଉପରେ କହିବାକୁ ଗଲେ , ଏହିସବୁ ଉପାଦାନଗୁଡ଼ିକରେ ପ୍ରସ୍ତୁତ ଚଟଣୀ ଖାଇବା ଦ୍ୱାରା ୟୁରିକ୍‌ ଏସିଡ୍‌ ସ୍ତର ନିୟନ୍ତ୍ରଣରେ ରହିବା ସହିତ କିଡ୍‌ନୀ କାର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ, ଯନ୍ତ୍ରଣା , ଫୁଲା ଏବଂ ହଜମ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    22 %
    2.6kmh
    70 %
    Sat
    28 °
    Sun
    30 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ