Wednesday, April 8, 2026
36.5 C
Odisha

    ଯୌବନକୁ ଦୀର୍ଘସ୍ଥାୟୀ କରିବ ମଧୁମେହ ବଟିକା!

    ଆଗକୁ ପଢନ୍ତୁ

    ଟାଇପ୍‌-୨ ମଧୁମେହ ରୋଗର ଉପଶମ ପାଇଁ ଶସ୍ତାରେ ମିଳୁଥିବା ବଟିକା ‘ମେଟ୍‌ଫର୍ମିନ୍‌’ର ଏକ ସୁଖଦ ପାର୍ଶ୍ବ ପ୍ରତିକ୍ରିୟା ବାବଦରେ ଜଣାପଡ଼ିଛି। ଚୀନ୍‌ର ବେଜିଂ ସ୍ଥିତ ଏକାଡେମି ଅଫ୍ ସାଇନ୍‌ସେସ୍‌ର ଗବେଷକମାନେ ଦୀର୍ଘ ୪୦ ମାସର ଏକ ଅନୁଧ୍ୟାନରେ ଅଣ୍ଡିରା ମାଙ୍କଡ଼ଠାରେ ମେଟ୍‌ଫର୍ମିନ୍‌ ପ୍ରୟୋଗ କରି ସକାରାତ୍ମକ ଫଳାଫଳ ପାଇଛନ୍ତି। ଔଷଧ ପ୍ରଭାବରେ ମାଙ୍କଡ଼ମାନଙ୍କର ମସ୍ତିଷ୍କର ବାର୍ଦ୍ଧକ୍ୟ ପ୍ରକ୍ରିୟା ମନ୍ଥର ହୋଇଯାଉଥିବା ଜଣାପଡ଼ିଛି। ସୁତରାଂ ମନୁଷ୍ୟ ଶରୀରରେ ମେଟ୍‌ଫର୍ମିନ୍‌ର ଉପଯୋଗ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ମନ୍ଥର କରି ଯୌବନକୁ ଦୀର୍ଘସ୍ଥାୟୀ କରିବ ବୋଲି ଆଶା କରାଯାଉଛି।

    ଔଷଧ ନେଉ ନଥିବା ମାଙ୍କଡ଼ମାନଙ୍କ ତୁଳନାରେ ନିୟମିତ ମେଟ୍‌ଫର୍ମିନ୍‌ ଗ୍ରହଣ କରୁଥିବା ମାଙ୍କଡ଼ମାନଙ୍କ ମସ୍ତିଷ୍କରେ ବୟସ ସହ ଜଡ଼ିତ ପ୍ରକ୍ରିୟା ଧିମେଇ ଯାଇଥିବା ଜଣାପଡ଼ିଥିଲା। ସେମାନଙ୍କର ନ୍ୟୁରନ୍‌ କ୍ରିୟା ସେମାନଙ୍କଠାରୁ ୬ ବର୍ଷ କମ୍‌ ବୟସ୍କ (ମନୁଷ୍ୟ କ୍ଷେତ୍ରରେ ୧୮ ବର୍ଷ ସମକକ୍ଷ) ମାଙ୍କଡ଼ଙ୍କ ପରି ହୋଇଯାଇଥିଲା ଏବଂ ସେମାନଙ୍କର ଜ୍ଞାନାତ୍ମକ ବିକାଶ ଓ ଯକୃତ କ୍ରିୟାରେ ମଧ୍ୟ ଉନ୍ନତି ପରିଲକ୍ଷିତ ହୋଇଥିଲା।

    ସୂଚନାଯୋଗ୍ୟ, ଟାଇପ୍‌-୨ ମଧୁମେହରେ ପୀଡ଼ିତ ବ୍ୟକ୍ତିଙ୍କର ରକ୍ତ ଶର୍କରା ସ୍ତର କମାଇବା ପାଇଁ ପ୍ରାୟ ୬୦ ବର୍ଷ ହେଲା ମେଟ୍‌ଫର୍ମିନ୍‌ର ଉପଯୋଗ କରାଯାଇ ଆସୁଛି। ଏହା ଶସ୍ତା ଏବଂ ଆମେରିକାର ଦ୍ବିତୀୟ ସର୍ବାଧିକ ଡାକ୍ତରୀ ପରାମର୍ଶପ୍ରାପ୍ତ (ପ୍ରେସ୍କ୍ରାଇବ୍‌ଡ) ଔଷଧ। ମାଙ୍କଡ଼ଠାରେ ମେଟ୍‌ଫର୍ମିନ୍‌ର ଫଳାଫଳ ରକ୍ତରେ ଶର୍କରା ସ୍ତର କମିବା ଯୋଗୁଁ ନା ଅନ୍ୟ କୌଣସି କାରଣରୁ ଘଟିଛି, ସେ ବାବଦରେ ଗବେଷକମାନେ ସ୍ପଷ୍ଟ ହୋଇପାରିନାହାନ୍ତି। ଗବେଷଣା ଅବଧି ଭିତରେ ମାଙ୍କଡ଼ର ଫୁସ୍‌ଫୁସ୍‌, ବୃକ୍‌କ, ଯକୃତ ଓ ଚର୍ମ ଆଦି ତନ୍ତୁର ବୟସ ପ୍ରକ୍ରିୟାରେ ମନ୍ଥରତା ଆସିଥିବାରୁ ମନୁଷ୍ୟଠାରେ ମଧ୍ୟ ଅନୁରୂପ ପ୍ରଭାବ ପରିଲକ୍ଷିତ ହେବ ବୋଲି ଅନୁମାନ କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ