Saturday, March 28, 2026
25 C
Odisha

    କୁମ୍ଭୀର କାନ୍ଦଣା ବନ୍ଦ କରୁ ବିଜେଡି: ଦିଲୀପ ମଲ୍ଲିକ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୨/୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଓ ଦୁର୍ଭାଗ୍ୟଜନକ । ଏନେଇ ସ୍ଥାନୀୟ ପୋଲିସ ମାମଲା ରୁଜୁ କରିବା ସହ କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ କରିଛି । ଖୁବ୍‌ଶୀଘ୍ର ଆସାମୀକୁ ଧରାଯାଇ ଜେଲ୍‌କୁ ପଠାଯିବ । ମାତ୍ର ବିଜେଡି ସାଂସଦ ନିରଞ୍ଜନ ବିଶି ଏହି ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି କରିବାକୁ ଉଦ୍ୟମ କରୁଛନ୍ତି । ଏନେଇ ତାଙ୍କ ଦ୍ୱାରା ଦିଆଯାଇଥିବା ଆଦିବାସୀ ମହିଳା ଅସୁରକ୍ଷିତ ମନ୍ତବ୍ୟ ସମ୍ପୂର୍ଣ୍ଣ ନିରର୍ଥକ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ ଏକ ପ୍ରେସ୍ ବିବୃତି ଜରିଆରେ କହିଛନ୍ତି ।
    ଶ୍ରୀ ମଲ୍ଲିକ କହିଛନ୍ତି ଯେ, ବିଜେଡି ଓ ତାଙ୍କ ଦଳର ନେତାମାନେ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ । ବିଜେଡି ସରକାରରେ ଥିଲାବେଳେ ବଲାଙ୍ଗୀର ଜିଲ୍ଲାରେ ମମିତା ମେହେର ଘଟଣା ଘଟିଥିଲା । ଏହି ସମୟରେ ବିଶି କେଉଁଠି ଥିଲେ? ସେହିପରି କୋରାପୁଟର ଆଦିବାସୀ ଝିଅ ତଥା କୁନ୍ଦୁଲି ପୀଡ଼ିତାଙ୍କୁ ଯେଉଁଭଳି ଭାବେ ନିର୍ଯାତନା ଦିଆଯାଇଥିଲା ସେତେବେଳେ ବିଶି କ’ଣ କରୁଥିଲେ? ସବୁଠାରୁ ଦୁଃଖଦ ବିଷୟ ହେଲା, ଯେଉଁ ଦିନ ନବୀନ ବାବୁ ପଦକ ପାଇ ଫେରୁଥିଲେ ସେତେବେଳେ ଦଳୀୟ ନେତା ଓ ତତ୍କାଳୀନ ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ ଲମ୍ବା ପଦଯାତ୍ରା କରାଯାଇ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମୟରେ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିଲେ । ମାତ୍ର ବିଜେଡି ସରକାର ଏଥିପ୍ରତି ଧ୍ୟାନ ନ ଦେଇ ନବୀନ ବାବୁଙ୍କ ସମ୍ବର୍ଦ୍ଧନା ସଭାରେ ମାତିଥିଲା । ଏକଥାକୁ ବୋଧେ ବିଶି ଭୁଲିଯାଇଛନ୍ତି । ବିଜେଡି ସରକାର ସମୟରେ ନାରୀ ନିର୍ଯାତନା, ଧର୍ଷଣ, ଶିଶୁ ନିର୍ଯାତନା, ଅପହରଣ, ନିଖୋଜ ଭଳି ଘଟଣା ଚରମ ସୀମାରେ ପହଂଚିିଥିଲା । ମାତ୍ର ତତ୍କାଳୀନ ସରକାର ଏସବୁ ଅପରାଧ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଆଖିବୁଜି ଦେଇଥିଲେ । କିନ୍ତୁ ଭାଜପା ସରକାର ଏସବୁ ଘଟଣାକୁ ଗୁରୁତ୍ୱର ସହ ନେଇଛି । ଆଇନ୍ ଅନୁସାରେ ପ୍ରତ୍ୟେକ ଛୋଟବଡ଼ ଘଟଣାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କାର୍ଯ୍ୟ କରୁଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ