Wednesday, October 14, 2026
24.1 C
Odisha

    ରେଳବାଇର ୱାଲଟିୟର ଡିଭିଜନ୍‌କୁ ମିଳିଲା ନୂଆ ଡିଆରଏମ୍

    ଆଗକୁ ପଢନ୍ତୁ

    କୋରାପୁଟ: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ଡିଆରଏମ୍ ସୌରଭ ପ୍ରସାଦ ମୁମ୍ବାଇରେ ୨୫ଲକ୍ଷ ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରାପଡ଼ିଥିବା ପରେ ଏହି ପଦବି ଗତ ୪ଦିନ ହେବ ଖାଲି ପଡିଥିଲା। ଭାରତୀୟ ରେଳବାଇ ଏହି ପଦବିରେ ଜଣେ ଓଡ଼ିଆ ଅଧିକାରୀଙ୍କୁ ଅବସ୍ଥାପିତ କରିଛନ୍ତି। ଏଡିଆରଏମ୍ (ଅପରେସନ୍) ମନୋଜ କୁମାର ସାହୁ ଡିଆରଏମ୍ ଭାବେ ଦାୟିତ୍ବ ନେଇଛନ୍ତି। ଏଥି ସହିତ ଶ୍ରୀ ସାହୁ କାର୍ଯ୍ୟ ଆରମ୍ଭ କରିଛନ୍ତି।
    ସୂଚନାଯୋଗ୍ୟ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ମନୋଜ କୁମାର ସାହୁ ଇଲେକ୍ଟ୍ରିକାଲରେ ବିଇ ପାସ୍ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରେ ପିଜିଡିଏଚଆରଏମ୍ ଓ ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ଏମବିଏ ପଢ଼ିଛନ୍ତି ଶ୍ରୀ ସାହୁ। ୨୬ବର୍ଷ ହେବ ସେ ରେଳବାଇର ସାଉଥଇଷ୍ଟ ସେଂଟ୍ରାଲ, ସାଉଥ ଇଷ୍ଟର୍ଣ୍ଣ, ଇଷ୍ଟକୋଷ୍ଟ ରେଳୱେରେ କାମ କରି ଆସିଛନ୍ତି। ଏହା ସେ ବିଶାଖାପାଟଣା ରେଳବିକାଶ ନିଗମରେ ବି କାମ କରି ଆସିଛନ୍ତି। ସେ ଏହା ସହ ସିଙ୍ଗାପୁର, ମାଲେସିଅରେ ଆଡଭାନସ୍ ମ୍ୟାନଜମ୍ୟାଣ୍ଟ ପ୍ରୋଗ୍ରାମରେ ଭାଗ ନେଇଥିଲେ। ଏହା ସହ ଅହମାଦବାଦସ୍ଥିତ ଇଣ୍ଡିଆନ୍ ଇନିଷ୍ଟିଚ୍ୟୁଟ୍ ଅଫ ମ୍ୟାନଜମ୍ୟାଣ୍ଟ (ଆଇଆଇଏମ୍)ରେ ମ୍ୟାନଜମ୍ୟାଣ୍ଟ ପ୍ରୋଗ୍ରାମରେ ବି ଭାଗ ନେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.1 ° C
    24.1 °
    24.1 °
    79 %
    1.7kmh
    74 %
    Tue
    23 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ