Monday, September 21, 2026
24.5 C
Odisha

    ଇସ୍ପାତ ସହରରେ ଦିଲ୍ଲୀପ-ସାରଦା ବଳ କଷାକଷି

    ଆଗକୁ ପଢନ୍ତୁ

    ରାଉରକେଲା: ବିଜେପି ପକ୍ଷରୁ ୨୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ଇସ୍ପାତ ସହର ରାଉରକେଲାରୁ ବିଜେପି ଦିଲ୍ଲୀପ ରାୟଙ୍କୁ ଟିକେଟ ଦେଇଛି। ଏହି ଆସନରେ ବିଜେଡି ପକ୍ଷରୁ ସାରଦା ପ୍ରସାଦ ନାୟକଙ୍କୁ ଟିକେଟ ପ୍ରଦାନ କରାଯାଇଛି। ଫଳରେ ରାଉରକେଲା ନିର୍ବାଚନମଣ୍ଡଳୀରେ କଡ଼ା ମୁକାବିଲା ହେବାକୁ ଯାଉଛି ବୋଲି ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

    ଦିଲ୍ଲୀପ ଏବଂ ସାରଦାଙ୍କ ବଳ କଷାକଷି ରାଉରକେଲା ନିର୍ବାଚନୀ ମଣ୍ଡଳୀରେ ଏକ ରୋଚକ ସ୍ଥିତି ସୃଷ୍ଟି କରିବ। ଏହି ଆସନରେ କଂଗ୍ରେସ ପକ୍ଷରୁ ବିରେନ୍ଦ୍ରନାଥ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ୨୦୧୯ରେ ନିର୍ବାଚନ ଲଢ଼ି ନଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ଏଥର ରାଉରକେଲାରୁ ନିର୍ବାଚନ ଲଢ଼ିବେ। ଏହି ଆସନରୁ ଦିଲ୍ଲୀପ ରାୟ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୮୫ ଓ ୧୯୯୦ରେ ଜନତା ଦଳ ଟିକେଟରେ ସେ ବିଜୟୀ ହୋଇଥିଲେ। ୨୦୧୪ରେ ସେ ଏହି ଆସନରୁ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    94 %
    1.5kmh
    100 %
    Mon
    24 °
    Tue
    28 °
    Wed
    27 °
    Thu
    27 °
    Fri
    28 °

    ସମ୍ବନ୍ଧିତ