Sunday, October 4, 2026
21.8 C
Odisha

    ରାଜ୍ୟରେ ବଢୁଛି ଡିପ୍‌ଥେରିଆ ରୋଗ; ଜାଣନ୍ତୁ ଏହି ରୋଗର ଲକ୍ଷଣ

    ଆଗକୁ ପଢନ୍ତୁ

    ରାଜ୍ୟରେ ଡିପ୍‌ଥେରିଆ ସଂକ୍ରମଣ ବୃଦ୍ଧି ପାଇଛି। ଏହି ରୋଗରେ ପାଞ୍ଚଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସଂକ୍ରମଣ ରୋକିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଡିପ୍‌ଥେରିଆ ପାଇଁ ଟିକାକରଣ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ଡିପ୍‌ଥେରିଆ ଏକ ସଂକ୍ରମଣ ରୋଗ। ଏହି ରୋଗର କାରଣ, ଲକ୍ଷଣ ଏବଂ ଉପଚାର ବିଷୟରେ ଜାଣିବା ଆବଶ୍ୟକ।

    କୋରିନେବ୍ୟାକ୍ଟେରିୟମ ଡିପ୍‌ଥେରିଆ ନାମକ ଜୀବାଣୁରୁ ଡିପ୍‌ଥେରିଆର ସୃଷ୍ଟି। ଏହି ଜୀବାଣୁ ନାକ, ଗଳା ତଥା ଶ୍ବସନତନ୍ତ୍ରକୁ ଆକ୍ରମଣ କରିଥାଏ। ଜୀବାଣୁ ଶ୍ବାସନଳୀରେ ପ୍ରବେଶ କରି ଗଳା, ନାକ ଓ ଫୁସ୍‌ଫୁସ୍‌କୁ ସଂକ୍ରମିତ କରିଥାଏ। ଗଳାରେ ଧଳା ଆକାର ପରଦା ସୃଷ୍ଟି ହୃଏ। ଏହାଦ୍ବାରା ଜଣେ ବ୍ୟକ୍ତି ଖାଇବା ଓ ଶ୍ବାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିଥାନ୍ତି। ବେକ ଫୁଲିବା ସହ ଜ୍ବର ଲାଗି ରହିଥାଏ। ରୋଗ ପ୍ରତିରୋଧଶକ୍ତି ଦୁର୍ବଳ ଥିବା ଶିଶୁଙ୍କ ପାଇଁ ଏହା ଘାତକ ସାଜିଥାଏ।
    ଲକ୍ଷଣ: ଜ୍ବର, କଫ, ଗଳା ଯନ୍ତ୍ରଣା, ନିଃଶ୍ବାସ ନେବାରେ ସମସ୍ୟା, ଥକ୍କାପଣ ଅନୁଭବ କରିବା, ନାକରୁ ଲଗାତାର ପାଣି ଗଡ଼ିବା ଆଦି ଡିପ୍‌ଥେରିଆର ଲକ୍ଷଣ। ସଂକ୍ରମଣର ୫ରୁ ୭ଦିନ ମଧ୍ୟରେ ଶ୍ବାସନଳୀରେ ଏକ ମୋଟା ଆବରଣ ଦେଖାଯାଇଥାଏ। ପାନ୍‌ ଆମେରିକାନ୍‌ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ୫ରୁ ୧୦ ପ୍ରତିଶତ ମାମଲାରେ ଏହି ସଂକ୍ରମଣ ଘାତକ ସାଜିଥାଏ। ସଂକ୍ରମିତ ବ୍ୟକ୍ତି କାଶିବା କିମ୍ବା ଛିଙ୍କିବା ସମୟରେ ତାଙ୍କ ସଂସ୍ପର୍ଶରେ ଆସିଲେ, କିମ୍ବା ପୋଷାକ ବା ବାସନକୁସନ ଛୁଇଁବା ଦ୍ବାରା ଅନ୍ୟ ଜଣଙ୍କୁ ଏହି ରୋଗ ବ୍ୟପିଥାଏ। ଦୀର୍ଘ ଦିନ ସଂକ୍ରମଣ ଦ୍ବାରା ହୃତ୍‌ପିଣ୍ଡ, ପକ୍ଷାଘାତ ଫୁସ୍‌ଫୁସ୍‌ ସଂକ୍ରମଣ ସହ ଫୁସ୍‌ଫୁସ୍‌ କାର୍ଯ୍ୟ ହରାଇବାର ଅଧିକ ଆଶଙ୍କା ରହିଥାଏ।

    ଉପଚାର : ସଂକ୍ରମିତ ବ୍ୟକ୍ତିଙ୍କୁ ଆଣ୍ଟିବାୟୋଟିକ, ଏରିଥ୍ରୋମାଇସିନ୍‌ କିମ୍ବା ପେନିସିଲିନ, ଅକ୍ସିଜେନ୍‌ ଦେବାକୁ ପଡ଼ିଥାଏ। ଏହି ରୋଗର ନିରାକରଣ ପାଇଁ ପ୍ରତିଷେଧକ ଟିକା ଡିପିଟି ନାମରେ ଆସେ। ଏହା ଡିପ୍‌ଥେରିଆ, ପର୍ଟୁସିସ୍‌, ଟିଟାନସ ପାଇଁ ଦିଆଯାଏ। ଦେଢ଼ମାସରୁ ଆରମ୍ଭ କରି ପାଞ୍ଚବର୍ଷ ମଧ୍ୟରେ ଦିଆଯିବା ଜରୁରି। ନିୟମିତ ହାତ ସଫା କରିବା ସହ କାଶିବା ଓ ଛିଙ୍କିବା ସମୟରେ ମୁହଁକୁ କପଡ଼ାରେ ଢାଙ୍କିବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.8 ° C
    21.8 °
    21.8 °
    75 %
    1.3kmh
    1 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ