Sunday, October 11, 2026
22.8 C
Odisha

    ସ୍ନାନଯାତ୍ରାରେ ପୁରୀ ଯାଉଛନ୍ତି କି? ଜାଣନ୍ତୁ କେଉଁ ପଟେ ଗାଡ଼ି ଯିବ

    ଆଗକୁ ପଢନ୍ତୁ

    ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ସ୍ନାନ ମଣ୍ଡପରେ ଦର୍ଶନ ଦେବେ ଶ୍ରୀଜିଉ। ତିନି ଠାକୁରଙ୍କ ଗଜବେଶ ଦେଖିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ଚାରି ପାର୍ଶ୍ଵ ସହ ସିଂହଦ୍ଵାରରେ ଜମିବ ଭକ୍ତଙ୍କ ଭିଡ଼। ଖାଲି ଯେ ଶ୍ରୀମନ୍ଦିର କିମ୍ବା ଏହାର ଚତୁଃପାର୍ଶ୍ଵରେ ଭିଡ଼ ଜମିବ ତାହା ନୁହେଁ । ସମୁଦ୍ର ବେଳାଭୂମିରେ ବି ଲାଗିବ ପର୍ୟ୍ୟଟକ ତଥା ଯାତ୍ରୀଙ୍କ ଭିଡ଼। ସହରର ବିଭିନ୍ନ ଗଳିକନ୍ଦି ଜାମ୍ ହେବାର ଆକଳନ କରାଯାଇଛି। ତେଣୁ ଏହି ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ପୁଲିସ ବ୍ୟବସ୍ଥା କରାଯାଇଛି।

    ଶୃଙ୍ଖଳିତ ସ୍ନାନଯାତ୍ରା ସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନେଇ ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଟ୍ରାଫିକ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସହ ଭିଆଇପି ଓ ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ମରଚିକଟ ଛକରୁ ହୋଇଥିବା ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ଵାର ଦେଇ ସ୍ନାନବେଦୀରେ ଦର୍ଶନ କରିବେ। ପହଣ୍ଡି ସମୟରେ ଟିକେଟ୍ ଧାରୀମାନେ ଦକ୍ଷିଣ ଦ୍ବାରରେ ପ୍ରବେଶ କରିବେ। ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍ କରାଯାଇଛି। କେବଳ ପାସ୍ ଧାରୀ ମାନେ ମରଚିକୋଟ ଛକ ପର୍ଯ୍ୟନ୍ତ ଯାଇପାରିବେ। ପାର୍କିଂ ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା ହୋଇଛି। ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଦେଇ ଶ୍ରୀସେତୁ ଦେଇ ଜେବିପିସିରେ ପାର୍କିଂ କରିବେ। ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ବାକି ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ଛିନତାଇ, ଅପରାଧୀଙ୍କୁ ରୋକିବା ପାଇଁ ପୁଲିସ ମୁତୟନ ହେବେ। ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ସାହାଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପହଣ୍ଡି ସମୟରେ ଠାକୁରଙ୍କୁ ସ୍ପର୍ଶ ମନା। ବେଳାଭୂମିରେ ଲାଇଫଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ