Saturday, July 27, 2024
24.6 C
Odisha

    ମା’ ହେବେ ଅଭିନେତ୍ରୀ ଦୀପିକା ପାଦୁକୋନ: ସୋସିଆଲ ମିଡିଆରେ ଦେଲେ ସୂଚନା

    ଆଗକୁ ପଢନ୍ତୁ

    ଯେଉଁ ଖବରକୁ ନେଇ ବେଶ କିଛି ଦିନ ହେବ ବଲିଉଡରେ ଚର୍ଚ୍ଚା କରାଯାଉଥିଲା ଏବେ ତା ଉପରୁ ପର୍ଦ୍ଦା ଉଠିଛି । ଖୁବ ଶିଘ୍ର ମା ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ସୋସିଆଲ ମିଡିଆରେ ଦୀପିକା ଓ ରଣବୀର ଏକ ଫଟୋ ଓ ଲେଖା ପୋଷ୍ଟ କରି ପ୍ରଶଂସକଙ୍କ ସହ ଖୁସି ଖବର ବାଟିଂଛନ୍ତି । ସେପ୍ଟେମ୍ବରରେ ରଣବୀର ଓ ଦିପିକାଙ୍କ କୋଳକୁ ଆସିବେ ପରିବାରର ନୂଆ ସଦସ୍ୟ । ଏହି ଖବର ଜାଣିବା ପରେ ଦୀପିକା ଓ ରଣବୀରଙ୍କ ପ୍ରଶଂସକ ବେଶ ଖୁସି ପ୍ରକାଶ କରିବା ସହ କଳାକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଦୀପିକା ମା’ ହେବାକୁ ନେଇ ଇସାରା ଦେଇଥିଲେ । ଯେଉଁଥିରେ ସେ କହିଥିଲେ ସେ ଓ ରଣବୀର ଛୋଟଛୁଆଙ୍କୁ ବେଶ ଭଲପାଆନ୍ତି ଓ ପରିବାର ଆଗକୁ ନେବାକୁ ସମୟ ଆସିଛି । ପରେ କିଛି କାର୍ଯ୍ୟକ୍ରମରେ ଦୀପିକାଙ୍କୁ ଦେଖି ସେ ଗର୍ଭବତୀ ଥିବା ଖବର ମଧ୍ୟ ଚର୍ଚ୍ଚା ପରିସରକୁ ଆସିଥିଲା । ବିବାହର ୫ବର୍ଷ ପରେ ରଣବୀର ଓ ଦୀପିକା ବାପା, ମା ହେବାକୁ ଯାଉଛନ୍ତି । ବନ୍ଧୁତା ପରେ ପରସ୍ପରର ପ୍ରେମରେ ପଡିଥିଲେ ଓ ୨୦୧୮ରେ ବିବାହ କରିଥିଲେ । ରାମଲୀଲା. ବାଜିରାଓ ମସ୍ତାନୀ, ପଦ୍ମାବତ ପରି କେବଳ ବଲିଉଡ ହିଟ ସିନେମାରେ ଉଭୟ ଦୀପିକା ଓ ରଣବୀରଙ୍କ ଚମକ୍ରାର ଅଭିନୟ ଦେଖିବାକୁ ମିଳିନି ବଂର ବ୍ୟକ୍ତିଗତ ଜୀବନରେ ମଧ୍ୟ ଏମାନଙ୍କ ସୁଖୀ ଦାମ୍ପତ୍ୟ ଜୀବନ ସବୁବେଳେ ଖବର ରହିଛି । ଆଗକୁ ସିଂଘମ ଏଗେନରେ ମଧ୍ୟ ଉଭୟଙ୍କୁ ଦର୍ଶକ ଏକାଠି ଦେଖିବାକୁ ପାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ