Wednesday, September 30, 2026
23.3 C
Odisha

    ସିଂହାମୁଣ୍ଡାରେ ଝାଡ଼ାବାନ୍ତି ଦୁଇ ମୃତ, ୫୦ରୁ ଅଧିକ ଆକ୍ରାନ୍ତ

    ଆଗକୁ ପଢନ୍ତୁ

    ଦେଓଗାଁ: ଦେଓଗାଁ ବ୍ଲକ ସିଂହାମୁଣ୍ଡା ପଞ୍ଚାୟତର କନ୍ଧପାଲି ପଡ଼ାରେ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଝାଡ଼ାବାନ୍ତି ବ୍ୟାପିଥିବା ଏବେ ଗାଁରେ ୫୦ରୁ ଉର୍ଦ୍ଧ୍ବ ଜଣ ଚିକିତ୍ସିତ ହେଉଥିବା ଜଣାପଡିଛି।
    ଗତ ନୁଆଁଖାଇ ପର୍ଵର ଛାଡ଼ଖାଇ ପାଳନ କରିବା ପରେ ମଙ୍ଗଳବାର ରାତିରେ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା କନ୍ଧପାଲି ପଡାର ସୁରୁ ନାଗଙ୍କ ଘରେ। ଅଧିକ ଝାଡ଼ାବାନ୍ତି ହୋଇ ମଙ୍ଗଳବାର ରାତିରେ ଗାଁରେ ସୁରୁ ଭୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି [ଅଭେଲ ବଗର୍ତ୍ତୀଙ୍କ ମୃତ୍ୟୁ ହୋଇଥିବା ବିଜେଡି ଛାତ୍ର ସଭାପତି ଦୀପକ ବେହେରା ସୂଚନା ଦେଇଛନ୍ତି।

    ଏନେଇ ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦେଓଗାଁ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ମିଶ୍ରଙ୍କୁ ପଚାରିବାରୁ ଏବେ ଡାକ୍ତରଖାନା କର୍ମଚାରୀ ଦଳ ସିଂହା ମୁଣ୍ଡା ଗାଁରେ ରହି ଲୋକଙ୍କ ଚିକିତ୍ସା କରୁଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି, ତାହା ତଦନ୍ତ ଚାଲିଛି ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    83 %
    1.3kmh
    7 %
    Tue
    23 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ