Tuesday, September 8, 2026
29.8 C
Odisha

    ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିବା ହସ୍ପିଟାଲରୁ ମିଳିଲା ଅଜଣା ବ୍ୟାଗ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ ଏବଂ ହସ୍ପିଟାଲରେ ଚଳିତବର୍ଷ ଅଗଷ୍ଟ ୯ ତାରିଖରେ ୩୨ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଆଜି ପର୍ଯ୍ୟନ୍ତ ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି।

    ଏହି ଘଟଣା ସାମ୍ନାକୁ ଆସିବା ପରେ ଆରଜି କର ମେଡିକାଲ ଏବଂ ହସ୍ପିଟାଲ ସହିତ ଜଡିତ ଆର୍ଥିକ ଦୁର୍ନୀତି ମାମଲା ମଧ୍ୟ ସାମ୍ନାକୁ ଆସିଥିଲା। ଏହି ଦୁର୍ନୀତି ମାମଲା ସଂପର୍କରେ ଖୋଳତାଡ଼ କରି ପ୍ରବିର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ହାୱଡ଼ା, ସୋନାରପୁର ଏବଂ ହୁଗଳିରେ ଏକାଧିକ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିଲା।

    ଗୁରୁବାର ଆରଜି କର ମେଡିକାଲ ଏବଂ ହସ୍ପିଟାଲରୁ ଏକ ଅଜଣା ବ୍ୟାଗ ମିଳିଛି। ଯାହାକୁ ନେଇ ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ବ୍ୟାଗ ବିରୋଧ ପ୍ରଦର୍ଶନ ପାଇଁ ତିଆରି କରାଯାଇଥିବା ମଞ୍ଚ ନିକଟରୁ ମିଳିଛି। ସଙ୍ଗେସଙ୍ଗେ ଏହି ଘଟଣା ସମ୍ପର୍କରେ ପୁଲିସ ଓ ବୋମା ନିଷ୍କ୍ରିୟ ଦଳକୁ ଖବର ଦିଆଯାଇଛି। ଏହି ଦଳର ଯାଞ୍ଚ ପରେ ବ୍ୟାଗ ଭିତରେ କ’ଣ ଅଛି ତାହା ଜଣାପଡ଼ିବ।

    ୩୨ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ‌ରେ ଆରଜି କର ମେଡିକାଲ ଏବଂ ହସ୍ପିଟାଲର ନାମ କ୍ରମାୁଗତ ଭାବେ ସାମ୍ନାକୁ ଆସିବାରେ ଲାଗିଛି। ଅଗଷ୍ଟ ୯ ତାରିଖରେ ଟ୍ରେନି ଡାକ୍ତର ସେମିନାର ରୁମରେ ବିଶ୍ରାମ ନେଉଥିବା ବେଳେ ତାଙ୍କୁ ସଞ୍ଜୟ ରଏ ନାମକ ଯୁବକ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଦେଶ ସ୍ତବ୍ଧ ହୋଇଯାଇଥିଲା। ଡାକ୍ତରମାନେ ଡିୟୁଟି ଛାଡ଼ି ବିରୋଧ ପ୍ରଦର୍ଶନକୁ ଓହ୍ଲାଇ ଆସିଥିବା ବେଳେ କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣଲୋକ ପୀଡ଼ିତ ତଥା ପୀଡ଼ିତ ପରିବାରକୁ ନ୍ୟାୟ ଦାବି କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.8 ° C
    29.8 °
    29.8 °
    73 %
    3.3kmh
    96 %
    Tue
    29 °
    Wed
    31 °
    Thu
    30 °
    Fri
    29 °
    Sat
    30 °

    ସମ୍ବନ୍ଧିତ