Wednesday, March 18, 2026
22.7 C
Odisha

    ଦୀପାବଳି ପାଇଁ କୃଷକଙ୍କୁ ମୋଦୀ ସରକାରଙ୍କ ବଡ଼ ଉପହାର; ବଢିଲା ରବି ଫସଲର MSP

    ଆଗକୁ ପଢନ୍ତୁ

    ଦୀପାବଳିରେ କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ମୋଦୀ ସରକାର । ସରକାର ୨୦୨୫-୨୬ ଋତୁ ପାଇଁ ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ, ବିଭିନ୍ନ ଫସଲ ପାଇଁ ଏମଏସପି ବୃଦ୍ଧି କରାଯାଇଛି, ଯାହା ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ଉତ୍ତମ ମୂଲ୍ୟ ପାଇପାରିବେ । ନୂଆ ବିଜ୍ଞପ୍ତି ଅନୁଯାୟୀ:

    ଗହମର ଏମଏସପି କୁଇଣ୍ଟାଲ ପିଛା ୨୪୨୫ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୨୨୭୫ ଟଙ୍କା ଥିଲା ।
    ବାର୍ଲିର ଏମଏସପି କୁଇଣ୍ଟାଲ ପିଛା ୧୯୮୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧୮୫୦ ଟଙ୍କା ଥିଲା ।
    ଚଣାର ଏମଏସପି କୁଇଣ୍ଟାଲ ପିଛା ୫୬୫୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୫,୪୪୦ ଟଙ୍କା ଥିଲା ।
    ଡାଲିର ଏମଏସପି କୁଇଣ୍ଟାଲ ପିଛା ୬,୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୬,୪୨୫ ଟଙ୍କା ଥିଲା ।
    ସୋରିଷର ଏମଏସପି କୁଇଣ୍ଟାଲ ପିଛା ୫,୯୫୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୫,୬୫୦ ଟଙ୍କା ଥିଲା ।
    ସୂର୍ଯ୍ୟମୁଖୀ ପାଇଁ ଏମଏସପି କୁଇଣ୍ଟାଲ ପିଛା ୫,୯୪୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୫,୮୦୦ ଟଙ୍କା ଥିଲା ।
    କୃଷକଙ୍କ ଫସଲର ଉଚିତ ମୂଲ୍ୟ ସୁନିଶ୍ଚିତ କରିବା ପାଇଁ ସରକାର ଏହି ପଦକ୍ଷେପ ନେଇଚନ୍ତି । ତେବେ ଆଗକୁ କୃଷକଙ୍କ ପାଇଁ ଏହା ସହାୟକ ହେବ । ଅନେକ ଚାଷୀ ଏଥିରେ ଉପକୃତ ହେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.7 ° C
    22.7 °
    22.7 °
    51 %
    0.8kmh
    100 %
    Wed
    35 °
    Thu
    32 °
    Fri
    35 °
    Sat
    35 °
    Sun
    36 °

    ସମ୍ବନ୍ଧିତ