Wednesday, October 14, 2026
22.4 C
Odisha

    ଦୁର୍ଗାପୂଜାରେ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ: ହାଇକୋର୍ଟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/କଟକ: ଶାରଦୀୟ ନବରାତ୍ରୀ ଆଜି ଠାରୁ ଆରମ୍ଭ ହୋଇଯାଇଛି। ଦେବୀ ମନ୍ଦିରଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି। ମା’ଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ ପ୍ରସ୍ତୁତ ହୋଇଛି। ମଣ୍ଡପରେ ଦୁର୍ଗାପୂଜାର ଆୟୋଜନ ପାଇଁ ବିଭିନ୍ନ ଅନୁଷ୍ଠାନ ଯୁଦ୍ଧକାଳୀନ ଭିତ୍ତିରେ ସାଜସଜ୍ଜା କରୁଛନ୍ତି। ସପ୍ତମୀ ଠାରୁ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହୋଇଯିବ। ଦଶହରା ପରଦିନ ମା’ଙ୍କ ଭସାଣି ଅନୁଷ୍ଠିତ। ତେବେ ଡିଜେ ନେଇ ଆଜି ହୋଇକୋର୍ଟ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଭସାଣି ବେଳେ ଡିଜେର ଶଦ୍ଦ ସୀମା ଟପିବ ନାହିଁ। ଅର୍ଥାତ ଡିଜେର ଶଦ୍ଦ ୬୫ ଡିସେବଲ୍‌ ମଧ୍ୟରେ ସୀମିତ ରହିବ। ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

    ରାଜ୍ୟ ସରକାର ପାର୍ବଣ ପାଇଁ ରାସ୍ତାଘାଟର ମରାମତି କାମ ଅକ୍ଟୋବର ୫ ତାରିଖ ସୁଦ୍ଧା ସାରିବାକୁ କଣ୍ଟ ରଖିଥିଲେ। କିନ୍ତୁ ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ହାଇକୋର୍ଟ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ମରାମତି କାମ ଆଗାମୀ ୭ ଦିନ ଭିତରେ ‌ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
    ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ ୭ ତାରିଖରେ କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଡିଜେ ସାଉଣ୍ଡ ସହି ନପାରି ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ମୃତକ ଥିଲେ, ବରାହିପୁର ଗ୍ରାମର ନରହରି ସେଠୀଙ୍କ ପୁଅ ରାଜେଶ ସେଠୀ (୨୩)। ବରାହିପୁର ଠାରେ ବିଦେଇ ବାବାଙ୍କ ଚଇତି ମେଳଣ ଅନୁଷ୍ଠିତ ହେଉଥିଲା। ମେଳଣ ଦେଖିବାକୁ ବରାହିପୁର ଗ୍ରାମର ରାଜେଶ ସେଠୀ ଆସିଥିଲେ। ସେ ରୋଷଣିକୁ ଉପଭୋଗ କରିବା ସହ ଡିଜେର ତାଳେ ତାଳେ ନାଚୁଥିଲେ। ହଠାତ୍ ଡିଜେର ଭୟଙ୍କର ଶବ୍ଦକୁ ସହି ନପାରି ଡିଜେ ସମ୍ମୁଖରେ ସେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ମାହାଙ୍ଗା ସିଏଚ୍‌ସିରେ ରାଜେଶଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡିଜେ ସାଉଣ୍ତରେ ଅନେକ ଲୋକଙ୍କ ଜୀବନ ହାନି ହେଉଥିବାରୁ ସରକାର ତୁରନ୍ତ ଏହା ଉପରେ କଟକଣା ଲାଗୁ କରନ୍ତୁ ବୋଲି ସାଧାରଣରେ ଦାବି ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ