Tuesday, September 15, 2026
26 C
Odisha

    ୧୪ ମନ୍ଦିରରୁ ଶିରିଡ଼ି ସାଇଙ୍କ ମୂର୍ତ୍ତି ହଟାଇଥିବା ବ୍ୟକ୍ତି ଗିରଫ

    ଆଗକୁ ପଢନ୍ତୁ

    ବାରାଣସୀ: ବାରାଣସୀର ୧୪ ମନ୍ଦିରରୁ ଶିରିଡ଼ି ସାଇ ବାବାଙ୍କ ମୂର୍ତ୍ତିଗୁଡ଼ିକୁ ହଟାଇଥିବା ସନାତନ ରକ୍ଷକ ଦଳର ଅଜୟ ଶର୍ମାଙ୍କୁ ପୁଲିସ ଗିରଫ କରିଛି। ସେ ମନ୍ଦିରରୁ ସାଇଙ୍କ ପ୍ରତିମା ହଟାଇବା ପାଇଁ ବୁଧବାର ରାତି ୨ ଟାରେ ଯାଉଥିଲେ। ସୂଚନା ପାଇବା ପରେ ପୁଲିସ ତାଙ୍କୁ ରାସ୍ତାର ମଝିରୁ ଉଠାଇ ନେଇଥିଲା।

    ଏହି ପ୍ରସଙ୍ଗରେ ସୂଚନା ଦେଇ ଡିସିପି ଗୌରବ ବଶଂୱାଲ କହିଛନ୍ତି ଯେ ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ସନାତନ ରକ୍ଷକ ଦଳର ରାଜ୍ୟ ସଭାପତି ଅଜୟ ଶର୍ମାଙ୍କୁ ଗିରଫ କରାଯାଇଛି।

    ଅଜୟ ଶର୍ମାଙ୍କୁ ଅଟକାଇବା ପରେ ପୁଲିସ ତାଙ୍କୁ ଚିତ୍ରପୁର ପୁଲିସ ଷ୍ଟେସନରେ ରଖିଥିଲା। ଗୁରୁବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ତାଙ୍କୁ ଔଷଧ ଦିଆଯାଇଥିଲା। ଅନ୍ୟପକ୍ଷରେ ତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ନୀଳ କାରରେ ଆସିଥିବା ଲୋକମାନେ ଊଠାଇ ନେଇ ଯାଇଥିଲେ। ତାଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଉଛି। ତେବେ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଡିସିପି ତାଙ୍କ ବିଷୟରେ ସୂଚନା ଦେଇଥିଲେ।

    ଅଜୟ ଶର୍ମା ଆନନ୍ଦମାଇ ମନ୍ଦିରରୁ ସାଇଙ୍କ ପ୍ରତିମା ହଟାଇ ଦେଇଛନ୍ତି। ଏନେଇ ମନ୍ଦିରର ପୁରୋହିତ ପୁଲିସ ଷ୍ଟେସନରେ ଅଜୟ ଶର୍ମାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଛି।

    ଯେତେବେଳେ କି ଶିରିଡ଼ି ସାଇ ଟ୍ରଷ୍ଟ କହିଛି ଯେ ଆମେ ମହାରାଷ୍ଟ୍ର ସରକାରଙ୍କ ଆଲୋଚନା କରିଛୁ। ଏନେଇ ସରକାର ଉତ୍ତରପ୍ରଦେଶ ସରକାରଙ୍କ ସହ ଆଲୋଚନା କରିବେ। ମୂର୍ତ୍ତିଗୁଡ଼ିକୁ ହଟାଇବା କାର୍ଯ୍ୟ ବନ୍ଦ ହେବା ଉଚିତ୍ । ଏଭଳି କାର୍ଯ୍ୟ ଦ୍ୱାରା ସାଇ ଭକ୍ତଙ୍କ ଭାବନା କ୍ଷତିଗ୍ରସ୍ତ ହେଉଛି।

    ବାରାଣସୀରେ ସାଇ ସେବା ବନାରସ ଦଳ ଗଠନ କରାଯାଇଛି। ସାଇ ଭକ୍ତମାନେ ମୂର୍ତ୍ତି ଅପସାରଣ ସମ୍ପର୍କରେ ଏକ ବୈଠକ କରିଛନ୍ତି। ସେ କହିଛନ୍ତି ଯେ ବନାରସ ଏବଂ ଦେଶର ପରିବେଶ ନଷ୍ଟ ହେଉଛି। ସେ କହିଛନ୍ତି ଯେ ପ୍ରତିମୂର୍ତ୍ତି ହଟା ନ ଯିବା ପାଇଁ ସେ ପୁଲିସକୁ କହିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    82 %
    0.8kmh
    8 %
    Tue
    27 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ