Monday, March 30, 2026
40.5 C
Odisha

    ଥଣ୍ଡାଜ୍ବର ରୋଗୀଙ୍କୁ କୁକୁର କାମୁଡ଼ା ଇ‌‌‌ଞ୍ଜେକସନ୍

    ଆଗକୁ ପଢନ୍ତୁ

    ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ମେଡ଼ିକାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଥଣ୍ଡାଜ୍ବର ହୋଇଥିବା ରୋଗୀଙ୍କୁ ନର୍ସ କୁକୁର କାମୁଡ଼‌ା ଇଞ୍ଜେକସନ୍ ଦେଇଛନ୍ତି। ରୋଗୀ ଜଣକ ଗୁରୁବାର ସକାଳେ ମେଡ଼ିକାଲକୁ ଆସିଥିଲେ। ନର୍ସ କୁକୁର କାମୁଡ଼ା ଇଞ୍ଜେକସନ୍ ଦେବା ନେଇ ରୋଗୀଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ପାଟିତୁଣ୍ଡ କରାଯାଇଥିଲା। ତେବେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ସେମାନେ ଶାନ୍ତ ହୋଇଥିଲେ। ଏନେଇ ମେଡ଼ିକାଲ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
    ଭଣ୍ଡାରିପୋଖରୀ ଥାନା ଅନ୍ତଗର୍ତ ଦକ୍ଷିଣବାଡ଼ ଗାଁର ୫୬ ବର୍ଷୀୟ ବିଜୟ ବିଶ୍ବାଳ ଥଣ୍ଡା ଜ୍ବରରେ ପୀଡ଼ିତ ଥିଲେ। ସେ ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ଯାଞ୍ଚ୍ କରି ଡାଇକ୍ଲୋଫେନାକ୍‌ ଇଞ୍ଜେକ୍ସନ ନେବାକୁ ଲେଖିଥିଲେ। ଏହା ସହିତ ଅନ୍ୟ ଔଷଧ ମଧ୍ୟ ଲେଖିଥିଲେ। ତେବେ ଇଞ୍ଜେକ୍ସନ ଦେଉଥିବା ଥିବା ନର୍ସ ଡାଇକ୍ଲୋଫେନାକ ଇଞ୍ଜେକ୍ସନ ଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକ୍ସନ ଦେଇଥିବା ଅଭିଯୋଗ ହୋଇଛି।

    ଏହା ଜାଣିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ କହିଛନ୍ତି ପୁଲିସ୍ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ