Wednesday, September 30, 2026
24.7 C
Odisha

    ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଡୋନାଲ୍ଡ ଟ୍ରମ୍ପ୍‌

    ଆଗକୁ ପଢନ୍ତୁ

    ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ । ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା ହୋଇଛି । ସିନେଟର ଜେଡି ବେସ୍ ହେଉଛନ୍ତି ଉପରାଷ୍ଟ୍ରପତି ପ୍ରାର୍ଥୀ । ଟ୍ରମ୍ପଙ୍କୁ ଗୁଳିମାଡ ପରେ ଆମେରିକାରେ ବଢିଛି ରାଜନୈତିକ ଉଷ୍ମତା । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟିଏ ପ୍ରସଙ୍ଗ ତିଆରି କରିଛି ।

    ଫରେନସିକ୍ ବିଶ୍ଳେଷଣରୁ ଜଣାପଡିଛି ଯେ ଶନିବାର ପେନ୍ସିଲଭେନିଆର ବଟଲରରେ ଟ୍ରମ୍ପଙ୍କ ରାଲି ଉପରକୁ ତିନୋଟି ବନ୍ଧୁକରୁ ଗୁଳିଚାଳନା କରାଯାଇଥିଲା। କିନ୍ତୁ ଗୁଳିଚାଳକ ଜଣେ ହିଁ ଥିଲେ ବୋଲି ରବିବାର ଏଫ୍‌ବିଆଇ କହିଛି। ପ୍ରଥମ ତିନୋଟି ଗୁଳି ବନ୍ଧୁକ ‘ଏ’ରୁ ନିକ୍ଷିପ୍ତ ହୋଇଥିଲା, ପରବର୍ତ୍ତୀ ପାଞ୍ଚଟି ଗୁଳି ବନ୍ଧୁକ ‘ବି’ରୁ ଏବଂ ଶେଷ ଗୁଳି ଏକ ସମ୍ଭାବ୍ୟ ଅସ୍ତ୍ର ‘ସି’ ଦ୍ୱାରା ଛଡ଼ାଯାଇଥିଲା ବୋଲି ଡେନଭରସ୍ଥିତ କଲରାଡୋ ବିଶ୍ୱବିଦ୍ୟାଳୟର ନ୍ୟାସନାଲ ସେଣ୍ଟର ଫର୍ ମିଡିଆ ଫରେନସିକ୍ସର ନିର୍ଦ୍ଦେଶକ କାଟାଲିନ୍ ଗ୍ରିଗୋରସ୍ ଏବଂ ସେହି ଅନୁଷ୍ଠାନର ବରିଷ୍ଠ ବୃତ୍ତିଗତ ଗବେଷଣା ସହଯୋଗୀ କୋଲ ହ୍ୱାଇଟକଟନଙ୍କ ଦ୍ବାରା କରାଯାଇଥିବା ଧ୍ବନି ବିଶ୍ଳେଷଣରୁ ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ