Sunday, July 5, 2026
24.3 C
Odisha

    ଜୁଲାଇ ୧୮ରେ ପୁଣିଥରେ ଖୋଲିବ ରତ୍ନଭଣ୍ଡାର

    ଆଗକୁ ପଢନ୍ତୁ

    ପୁଣିଥରେ ଖୋଲିବ ରତ୍ନଭଣ୍ଡାର । ଆସନ୍ତା ଜୁଲାଇ ୧୮ ତାରିଖରେ ପୁଣିଥରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବ । ଏନେଇ ଆଜି ବୈଠକ ପରେ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ସେ କହିଛନ୍ତି, ଗୁରୁବାର ଦିନ ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ । ସକାଳ ୯ଟା ୫୧ରୁ ୧୨.୧୫ ଭିତରେ ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯିବ । ଏନେଇ ଶୁଭବେଳା ଧାର୍ଯ୍ୟ ହେଇଛି । ଏଥିସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ସବୁ ଜିନିଷ ପ୍ରସ୍ତୁତ କରି ରଖିଛୁ । ପୁଣିଥରେ ରତ୍ନଭଣ୍ଡାର ଖୋଲାଯିବ । ଗତଥର ଭିତର ରତ୍ନଭଣ୍ଡାର ଖୋଲିବା ସମୟରେ ପୁରୁଣା ତାଲା ଭଙ୍ଗାଯାଇଛି । ଭିତର ରତ୍ନଭଣ୍ଡାରରେ ଏବେ ନୂଆ ଦୁଇଟି ତାଲା ପଡିଛି । ଦୁଇଟି ନୂଆ ତାଲାର ଚାବି ଟ୍ରେଜେରୀରେ ରହିଛି । ଟ୍ରେଜେରୀରୁ ଚାବି ନେଇ ପୁଣିଥରେ ରତ୍ନଭଣ୍ଡାର ତାଲା ଖୋଲାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.3 ° C
    24.3 °
    24.3 °
    98 %
    3kmh
    100 %
    Sun
    24 °
    Mon
    29 °
    Tue
    30 °
    Wed
    30 °
    Thu
    32 °

    ସମ୍ବନ୍ଧିତ