Wednesday, August 12, 2026
24.6 C
Odisha

    ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବିଭିନ୍ନ ବିଭାଗରେ ନୂଆ କରି ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି କହିଛନ୍ତି, ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ। ସ୍ୱଛତା ସହ କାମ କରନ୍ତୁ। ଆଜି ଆମ ସମସ୍ତଙ୍କ ପାଇଁ ଖୁସିର ଦିନ, ନିଯୁକ୍ତି ସମାହାର ଆୟୋଜନ କରାଯାଇଛି। ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିବା ସରକାରଙ୍କ ମନ୍ତ୍ରୀ ଓ ସଚିବଙ୍କ ସମେତ ନବ ନିଯୁକ୍ତ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଉଛି।

    ଆପଣମାନଙ୍କ ଜୀବନ ଏହା ଏକ ନୂଆ ଅଧ୍ୟାୟ। ଆଜି ଠାରୁ ଓଡ଼ିଶା ଲୋକଙ୍କ ସେବାର ସୁଯୋଗ ପାଇଲେ। ଏପରି ସୁଯୋଗ କମ ଲୋକଙ୍କୁ ମିଳେ। ଆଜିର ଏହି ନିଯୁକ୍ତି ମେଳା ନୂଆ ସରକାରଙ୍କ ଷଷ୍ଠ ମେଳା। ଏହା ଅପୂର୍ବ ସଂଯୋଗ ଆଣିଛି କାରଣ ଆମ ସରକାର ଗତକାଲି ଛ ମାସ ପୂରଣ କରିଛି।

    ଏହି ନିଯୁକ୍ତି ମେଳାରେ ୩୭୬ଜଣ ନିଯୁକ୍ତି ପତ୍ର ପାଇଲେ। ଏହା ନିଶ୍ଚିତ ଭାବେ ଜୀବନର ଅଭୁଲା ସ୍ମୃତି। ଆମ ସରକାର ଏହି ସୁଯୋଗ ଆପଣମାନଙ୍କୁ ଦେଇଛି। ଗତ ୨୪ ବର୍ଷରେ କି ୧୦ ବର୍ଷ ଭିତରେ ଏହା ହୋଇ ପାରିଥାନ୍ତା। କାହିଁକି ହେଲାନି? ଆପଣ ପରିଶ୍ରମ କରି ସ୍ବପ୍ନ ଦେଖିଲେ।ଶିକ୍ଷିତ ସମାଜ ସେତିକି ବିକଶିତ। ଆଜି ଯଦି ଏହି ଗୁରୁତ୍ୱ ଅନୁଭବ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ ମାନଦଣ୍ଡରେ ଆଗକୁ ଯାଇ ପାରିନୁ। ମୁଖ୍ୟମନ୍ତ୍ରୀ ଭାବେ ମୁଁ ଏହା ସ୍ପଷ୍ଟ ଭାବେ କହୁଛି. ଗୋଟେ ସରକାର ନିରନ୍ତର ଭାବେ ୨୪ ବର୍ଷ ଶାସନ କରିବା, ହେଲେ ଲକ୍ଷ୍ୟ ହାସଲ ପାଇଁ ଦୀର୍ଘ ମିଆଦି ଯୋଜନା ନ କଲେ ଲକ୍ଷ୍ୟ ହାସଲ କରି ପାରିବା ନାହିଁ।

    ରାଜ୍ୟ ଶାସନ ମୁଖ୍ୟ ଭାବେ ରାଜ୍ୟର ଏହି ଅବସ୍ଥାକୁ ମୁଁ ଅଣଦେଖା କରି ପାରିବି ନାହିଁ। ନୀତି ଆୟୋଗର ସ୍ୱାସ୍ଥ୍ୟ ରେଟିଂରେ ଆମେ ଶେଷ ଆଡୁ ତୃତୀୟ ଅଛି। ଏହାକୁ ନେଇ ଗର୍ବ କରି ହେବନି। ମୁଁ ବିଧାନସଭାରେ ଏଥିପାଇଁ ଲଢେଇ କରିଛି। ଲଢେଇ ଛୋଟ ନ ଥିଲା, ଗତ ସରକାରଙ୍କୁ କାଠଗଡାରେ ଠିଆ କରିଥିଲି। ହେଲେ ସେ ସରକାର ଶୁଣିଲେ ନାହିଁ। ଓଡ଼ିଶାକୁ ଆଗକୁ ନେଲେ ନାହିଁ।

    ସତରେ କଣ ବୁଶ୍ଵସ୍ତରୀୟ ସ୍ୱାସ୍ଥ୍ୟ ସେବା ମିଳୁଛି। ଗୋଟେ ସରକାର ୨୪ବର୍ଷ ରହି କହୁଛି ବିଶ୍ୱସ୍ତରୀୟ ସେବା ପାଇଁ ଚିନ୍ତା କରୁଛୁ। ୪୦ ପଏଣ୍ଟ ପାଇ ଆମେ ଥାର୍ଡ଼ ଡିଭିଜନ ପାଇଛୁ। ଯାହାକୁ ଫାଷ୍ଟ ଡିଭିଜନ ରଖିବାକୁ ପଡ଼ିବ। ଆପଣମାନଙ୍କୁ ଏହି ଆହ୍ୱାନ ଦେଉଛି। ସଂକଳ୍ପ ନିଅନ୍ତୁ ଯେ ସରକାରଙ୍କ ଆଭିମୁଖ୍ୟ ପୂରଣ କରିବାକୁ ଫାଷ୍ଟ ଡିଭିଜନ ଆଣିବୁ।

    ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଆମ ଭିଜନ। ୨୧୨୦୦ କୋଟି ବଜେଟ ସ୍ୱାସ୍ଥ୍ୟ ପାଇଁ. ଯାହା ଗତ ସରକାରଙ୍କ ବଜେଟରୁ ୩୨% ଅଧିକ। ଏହି ଅର୍ଥ ଅଧିକାଂଶ ଭିତ୍ତିଭୂମି ପାଇଁ ରଖାଯାଇଛି। ଭିତିଭୂମି ଭଲ ନ ଥିଲେ ଉତ୍ତମ ସ୍ୱାସ୍ଥ୍ୟ ସେବା ଦେଇ ହେବନି। ଆଉଟସୋର୍ସିଂରେ ବି କାମ କରୁଥିଲେ ଆପଣମାନଙ୍କ ଭିତରୁ ଭବିଷ୍ୟତ ନ ଥିଲା। କେବଳ ଦରମା, ଠିକା କାମରେ କେମିତି ଉତ୍ତମ ସେବା ଯୋଗାଇ ଥାନ୍ତେ? ନିରାମୟ, ନିଦାନ ଯୋଜନା ଚାଲିଛି।

    ସିଟି ସ୍କାନ ପରି ପ୍ୟାଥୋଲୋଜି ସେବା ମାଗଣାରେ ଦିଆଯାଉଛି। ଏକା ସହ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ସହ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହେବ। ଗତ ସରକାର ଆୟୁଷ୍ମାନ ଯୋଜନା ଲାଗୁ କଲେନି। ନିଜସ୍ୱ ଯୋଜନା ବି ଠିକ ଭାବେ କାର୍ଯ୍ୟକାରୀ କଲେନି। ଦେଶର ୨୭୦୦୦ରୁ ବଡ଼ ହସ୍ପିଟାଲରେ ମାଗଣା ସେବା ମିଳିବ ଆୟୁଷ୍ମାନ ଭାରତରେ। ୧୨ ମେଡିକାଲ କଲେଜ ଅଛି। ଏହା ପର୍ଯ୍ୟାପ୍ତ ନୁହେଁ। ଆଗାମୀ ପାଞ୍ଚ ବର୍ଷରେ ଯେଉଁ ଜିଲ୍ଲାରେ ମେଡିକାଲ କଲେଜ ନାହିଁ, ସେଠି ମେଡିକାଲ କଲେଜ ହେବ। ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ।

    ଉତ୍ତମ ଡାକ୍ତର ଓ ଚିକିତ୍ସା ସେବା ମିଳିବ। ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ଯୋଜନାରେ ମେଡିକାଲ କଲେଜ ଭିତିଭୂମି ସୁଦୃଢ କରିବାକୁ ୨୦୦କୋଟିର କରପସ ଫଣ୍ଡ କରାଯାଇଛି। ଯାହା ଗତ ୨୪ ବର୍ଷରେ ଚିନ୍ତା କରାଯାଇ ନ ଥିଲା। ଆମ ସରକାର ଦାୟିତ୍ୱ ନେବା ପରେ ନୂତନ ନିଯୁକ୍ତି ଦେବାରେ ପ୍ରୟାସ ଆରମ୍ଭ କରିଛନ୍ତି। ଖୁବ ଶୀଘ୍ର ସରକାରୀ ଫାର୍ମାସି ଅଫିସର ନିଯୁକ୍ତି ହେବେ। ଢେଙ୍କାନାଳ , ବ୍ରହ୍ମପୁର ଓ ବାଲେଶ୍ୱରରେ ହେବ ହୋମିଓପାଥି ମେଡିକାଲ କଲେଜ। ରେଡ଼ିଓଗ୍ରାଫର କ୍ୟାଡର ପୁନର୍ଗଠନ କରାଯାଇଛି। ଗଣତନ୍ତ୍ରିକ ରାଜ୍ୟରେ ଯୁବ ସମାଜ ବିକାଶ ଆମ ଲକ୍ଷ୍ୟ।

    ନିର୍ବାଚନ ପୂର୍ବରୁ ଯେବେ ଆମ ଇସ୍ତାହାରରେ କୁହାଯାଇଥିଲା ଯେ ଗତ ସରକାର ନୂଆ ପଦବୀ ସୃଷ୍ଟି କଲେନି, ଆମ ସରକାର ଆସିଲେ ଦେଢ଼ ଲକ୍ଷ ସରକାରୀ ପଦବୀ ପୂରଣର ପ୍ରତିଶ୍ରୁତି ଦେଇଛୁ। ୨୦,୦୦୦ରୁ ଅଧିକ ସରକାରୀ ନିଯୁକ୍ତି ଏହି ୬ ମାସରେ ନିରପେକ୍ଷତା ସହ କରାଯାଇଛି। ଅଧ୍ୟାପକ ମାନେ ମଣିଷ ତିଆରି କାରଖାନାରେ ଯୁବ ସମାଜ ଗଢିବେ। ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ମାର୍ଗ ଦେଖାଇ ରାଷ୍ଟ୍ରକୁ ଯଶସ୍ବୀ କରାଯିବେ। ଗତ ସରକାର ନିଯୁକ୍ତିରେ ଦୁର୍ନୀତି କରିଥିଲେ।

    ଜେଇଇ, ଏଏସଓ ପରୀକ୍ଷାରେ ସ୍ୱଛତା ନ ଥିଲା। ଗରିବଙ୍କ ଭରସା ସରକାର ଓ ଭଗବାନଙ୍କ ଉପରୁ ଉଠି ଯାଇଥିଲା। ପାଠ ପଢି ଚାକିରୀ ପାଇଲି ନାହିଁ। ପଛ ବେଞ୍ଚ ପିଲା ଚାକିରୀ କେମିତି ପାଇଲା? ଆଜି ଭଗବାନ ଆପଣଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଆସିଛନ୍ତି। ନିଯୁକ୍ତିରେ ସ୍ୱଛତା ଆଣିବା ପାଇଁ ବିଲ ଆସିଛି। ଏହା ଆଇନରେ ପରିଣତ ହେଲା। ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ। ଲାଞ୍ଚ ନେଇ ଚାକିରୀ କଲେ ଏକ କୋଟି ଜରିମାନା ଓ ଜେଲ।

    ୨୦୩୬ ଓ ୨୦୪୭ରେ ଆପଣମାନେ ଦେଶ ଓ ରାଜ୍ୟର ମଙ୍ଗ ଧରିବେ। ସମାଜକୁ ଆପଣମାନେ ଉଚିତ ପଥ ପ୍ରଦର୍ଶନ କଲେ, ବିକାଶ ହେବ। ଅନ୍ତର୍ଜାତୀୟ ମାନ ମିଳି ପାରିବ। ସରକାରୀ ଚାକିରୀକୁ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ। ସ୍ୱଛତା ସହ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.6 ° C
    24.6 °
    24.6 °
    90 %
    1.8kmh
    100 %
    Wed
    31 °
    Thu
    29 °
    Fri
    27 °
    Sat
    28 °
    Sun
    28 °

    ସମ୍ବନ୍ଧିତ