Saturday, October 17, 2026
22.4 C
Odisha

    ଥଣ୍ଡା ବଢ଼ିବା ସହ ଜାଡ଼ ଆରମ୍ଭ: ଓଡ଼ିଶାର ଦାର୍ଜିଲିଂରେ ପାରା ପହଞ୍ଚିଲା ୮.୪ ଡିଗ୍ରି

    ଆଗକୁ ପଢନ୍ତୁ

    ଘୁ. ଉଦୟଗିରି: ଦିନକୁ ଦିନ ଖସୁଛି ତାପମାତ୍ରା। ବଢୁଛି ଥଣ୍ଡା। ଥଣ୍ଡା ବଢ଼ିବା ସହ ଜାଡ଼ ଆରମ୍ଭ ହୋଇଯାଇଛି। କନ୍ଦମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ। ଗତବର୍ଷ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସାରା ଓଡ଼ିଶାରେ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ କମ୍‌ ତାପମାତ୍ରା ସହ ଥଣ୍ଡାର ସହର ଭାବେ ରେକର୍ଡ କରିଛି।

    ଥଣ୍ଡାର ସହରରେ ବର୍ତ୍ତମାନ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ଲାଗିଛି। ବିଶେଷ କରି ଯୁବ ପିଢ଼ି ଥଣ୍ଡାର ମଜା ଉଠେଇବା ସହ କୁହୁଡି ସହ ବିଭିନ୍ନ ହିଲଟପ୍‌ରେ ବୁଲି ଜଙ୍ଗଲ ପାହାଡ଼ରେ ରିଲସ ସୁଟିଙ୍ଗ କରିବା ପାଇଁ ଘୁ.ଉଦୟଗିରି ସହରରେ ଡେରା ପକାଇଥିବା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ଗତ ୪ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପାରଦ ତଳ ମୁଁହା ହେବାରେ ଲାଗିଛି। ଗତକାଲି ୯.୨ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଜି ୮.୪କୁ ଖସିଯାଇଥିବା ସୂଚନା ମିଳିଛି। ପ୍ରବଳ କୁହୁଡି ଯୋଗୁଁ ଯାତାୟତ ରେ ସମସ୍ୟା ଦେଖାଦେଇଉଛି। ସକାଳ ୯ଟା ପରେ ସୂର୍ଯ୍ୟଙ୍କ ଦର୍ଶନ ମିଳୁଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ ହାତ ଗୋଡ଼ କାଲୁଆ ମାରିଯାଉଛି। ସଞ୍ଜ ନଇଁଲେ ସହର ବଜାର ଜନଶୁନ୍ୟ ଦେଖାଯାଉଛି। ଲୋକ ନିଆଁର ସାହାରରେ ରହୁଥିବା ବେଳେ ସକାଳ ଏବଂ ସନ୍ଧ୍ୟାରେ ପ୍ରବଳ ଥଣ୍ଡା ଯୋଗୁଁ ଚାହା ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.4 ° C
    22.4 °
    22.4 °
    89 %
    1.4kmh
    19 %
    Sat
    22 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ