Saturday, January 18, 2025
26 C
Odisha

    କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଅବସରରେ ଡ. ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । କ୍ରୀଡ଼ା ବିଶେଷ କରି ଭଲିବଲ୍‍ର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଏଫ୍‍ଆଇଭିବି ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

    ସମ୍ମାନ ପ୍ରଦାନ ସମାରୋହରେ ୨୨୨ଟି ଦେଶରୁ ଆସିଥିବା ଭଲିବଲ୍‍ ସଂଘର ସଭାପତି ତଥା ଅନ୍ୟାନ୍ୟ ପ୍ରତିନିଧିଙ୍କ ଉପସ୍ଥିତିରେ ଏଫ୍‍ଆଇଭିବି ସଭାପତି ଡ. ଆରି ଗ୍ରାସା ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ନିକଟରେ ଗ୍ରାସା କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିବା ବେଳେ ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡ. ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ପରେ ୩୯ତମ ଏଫ୍‍ଆଇଭିବି ବିଶ୍ୱ କଂଗ୍ରେସ ଚାଲିଥିବା ବେଳେ ଡ. ସାମନ୍ତଙ୍କୁ ଏଫ୍‍ଆଇଭିବି ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଥିଲା ।

    ସୂଚନାଯୋଗ୍ୟ ଗ୍ରାଣ୍ଡ କ୍ରସ୍‍ ସମ୍ମାନ ହେଉଛି ଏଫ୍‍ଆଇଭିବିର ସର୍ବୋଚ୍ଚ ସମ୍ମାନ । ଭଲିବଲ୍‍ ତଥା କ୍ରୀଡ଼ାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଡ. ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ଉପସ୍ଥିତ ୨୨୨ଟି ଦେଶର ଭଲିବଲ୍‍ ସଂଘର ମୁଖ୍ୟମାନେ ଡ. ସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ନିଜ ପ୍ରତିକ୍ରିୟାରେ ଡ. ସାମନ୍ତ କହିଛନ୍ତି, ୨୨୨ଟି ଦେଶର ପ୍ରତିନିଧିଙ୍କ ମଧ୍ୟରୁ ମୋତେ ଚିହ୍ନଟ କରି ଏଫ୍‍ଆଇଭିବିର ଅନୁମୋଦନ ପରେ ଏହାର ସର୍ବୋଚ୍ଚ ସମ୍ମାନ ମୋତେ ଅତି ସ୍ନେହରେ ପ୍ରଦାନ କରାଯାଇଥିବାରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ଋଣୀ । ଏହାର ଶ୍ରେୟ ସେ ଭଗବାନଙ୍କୁ ଦେଇଛନ୍ତି । ଏହା ସହିତ ଏହି ସମ୍ମାନକୁ ସେ ଭାରତର ସମସ୍ତ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ ଓ ବିଶେଷ କରି ଓଡ଼ିଶାର କ୍ରୀଡ଼ା ଓ କ୍ରୀଡ଼ାବିତ୍‍ ତଥା କିଟ୍‍ ଓ କିସ୍‍କୁ ଉତ୍ସର୍ଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    26 ° C
    26 °
    26 °
    22 %
    2.6kmh
    70 %
    Sat
    28 °
    Sun
    30 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ