Saturday, February 28, 2026
26 C
Odisha

    କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ପାଇବେ ‘ସାହିତ୍ୟ ଭାରତୀ ସମ୍ମାନ’

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ୨୯ତମ ସାହିତ୍ୟ ଭାରତୀ ସମ୍ମାନ ଗ୍ରହଣ କରିବେ। କଟକ କଳାବିକାଶ କେନ୍ଦ୍ର ଠାରେ ଆସନ୍ତା ଏପ୍ରିଲ ୭ ତାରିଖରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଏହି ସମ୍ମାନ ଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର। ଏନେଇ ଆଜି କଟକରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫାଉଣ୍ଡେସନ୍ ର ସମ୍ପାଦକ ସୁସ୍ମିତା ରଥ। ସୂଚନାଯୋଗ୍ୟ, ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଏହି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ୨୮ ବର୍ଷ ଧରି ଆୟୋଜନ କରାଯାଇ ଆସୁଛି। ସାହିତ୍ୟ ଭାରତୀ ସମ୍ମାନ ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଏହି ସନ୍ଧ୍ୟାରେ ସମ୍ମାନିତ କରାଯିବ। ବରିଷ୍ଠ ସାହିତ୍ୟିକା ଡକ୍ଟର ଅର୍ଚ୍ଚନା ନାୟକଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅନେକ ଅବଦାନ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    26 %
    2.3kmh
    5 %
    Sat
    28 °
    Sun
    36 °
    Mon
    36 °
    Tue
    37 °
    Wed
    38 °

    ସମ୍ବନ୍ଧିତ