Monday, October 19, 2026
24.2 C
Odisha

    ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ବାଲେଶ୍ୱର: ବାଲେଶ୍ୱର ସହର ଉପକଣ୍ଠର ଦୁଇ ଯୁବଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳର ଉଗ୍ରରୂପ ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀ ଶୁକ୍ରବାର ରାତିରେ ବାଲେଶ୍ୱର ସହରରେ ମୁହାଁମୁହିଁ ହୋଇଥିଲେ। ଆଜି ଗୋଟିଏ ଗୋଷ୍ଠୀର କିଛି ଯୁବକ ନୀଳଗିରି ଅଂଚଳକୁ ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର କିଛି ଯୁବକ ସେଠାକୁ ଯାଇ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିରେ ଜଣେ ଯୁବକଙ୍କ ହାତ ତେଲେଙ୍ଗା କଟୁରି ଚୋଟରେ କଟିଯାଇଛି। ଗୁରୁତର ଭାବେ ସ୍ଥାନୀୟ ଲୋକ ଓ ସଂପୃକ୍ତ ଯୁବକଙ୍କ ସହ ଯାଇଥିବା ଯୁବକମାନେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ଆଣିଛନ୍ତି। ଗୁରୁତର ଯୁବକ ହେଲେ ସହଦେଵଖୁଣ୍ଟା ଥାନା କେଶପୁର ଅଞ୍ଚଳର ରାଜେଶ ନାୟକଙ୍କ ପୁଅ କମଲ ନାୟକ। ଖବର ପାଇ ନୀଳଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏପଟେ ଟାଉନ ଥାନା ଓ ସହଦେଵଖୁଣ୍ଟା ଥାନା ପୁଲିସ ପହଂଚି ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ଠାରୁ ତଥ୍ୟ ସଂଗ୍ରହ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.2 ° C
    24.2 °
    24.2 °
    81 %
    1.5kmh
    48 %
    Mon
    24 °
    Tue
    30 °
    Wed
    29 °
    Thu
    29 °
    Fri
    29 °

    ସମ୍ବନ୍ଧିତ