Friday, June 19, 2026
26.5 C
Odisha

    ନିଶା ବ୍ୟବସାୟୀଙ୍କୁ ଚେତାବନୀ ଦେଲା ଅବକାରୀ ବିଭାଗ

    ଆଗକୁ ପଢନ୍ତୁ

    ତଡିପାର ହେବେ ନିଶା ବେପାରୀ । ନିଶା ବ୍ୟବସାୟୀଙ୍କୁ ଚେତାବନୀ ଦେଇଛି ଅବକାରୀ ବିଭାଗ । ନିଶା ବେପାର ନଛାଡିଲେ, ଭୁବନେଶ୍ୱର ଛାଡିବାକୁ ଅବକାରୀ ବିଭାଗ ଚେତାବନୀ ଦେଇଛି । ବିହାରୀ ଗ୍ୟାଙ୍ଗର ନିଶା ବେପାରୀଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ଏମାନେ ସୁଟ୍ ବୁଟ୍ ପିନ୍ଧି ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ । ଏୟାର ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ନେବା ବେଳେ ଭୁବନେଶ୍ୱର ବସଷ୍ଟାଣ୍ଡ ନିକଟରୁ ତାଙ୍କୁ ଗିରଫ କରାଯାଇଛି । ୫ ଜଣ ବିହାରୀ ଗ୍ୟାଙ୍ଗକୁ ଗିରଫ କରାଯିବା ପରେ ସେମାନଙ୍କ ନିକଟରୁ ୩୦ କିଲୋ ଗଞ୍ଜେଇ ଜବତ ହୋଇଛି । ଚୋରା ଚାଲଣ କରୁଥିବା ଏହି ରାକେଟ୍ ବିହାରର ବିଭିନ୍ନ ପବ୍ ଓ ଡ୍ୟାନ୍ସ କ୍ଲବରେ ଗଞ୍ଜେଇ ଚଢା ଦରରେ ବିକ୍ରି କରୁଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.5 ° C
    26.5 °
    26.5 °
    80 %
    1.7kmh
    100 %
    Fri
    27 °
    Sat
    38 °
    Sun
    35 °
    Mon
    35 °
    Tue
    39 °

    ସମ୍ବନ୍ଧିତ