Saturday, July 27, 2024
24.6 C
Odisha

    ଶୂନ୍ୟକାଳରେ ସାମ୍ବାଦିକଙ୍କ ଦାବି ଉଠାଇଲେ ନରସିଂହ । କହିଲେ, ଲୋକସେବା ଭବନକୁ ପ୍ରବେଶ ପାଇଁ ମିଳୁ ଅନୁମତି, ସାମ୍ବାଦିକଙ୍କୁ ଦିଆଯାଉ ପେନସନ୍

    ଆଗକୁ ପଢନ୍ତୁ

    ବିଧାନସଭାର ଶୂନ୍ୟକାଳରେରେ ଉଠିଲା ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ । ଗୃହରେ ସାମ୍ବାଦିକଙ୍କ ଦାବି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ପାଇଁ ପାସ୍ ବ୍ୟବସ୍ଥା କରନ୍ତୁ ସରକାର । ଦୀର୍ଘଦିନ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳୁନାହିଁ । ତେଣୁ ସରକାର ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ । ସେହିଭଳି ଅନ୍ୟ ରାଜ୍ୟରେ ପେନସନ ବ୍ୟବସ୍ଥା ଥିବା ବେଳେ ଓଡ଼ିଶାରେ ବି ସାମ୍ବାଦିକଙ୍କୁ ପେନସନ ଦିଆଯାଉ ବୋଲି ଦାବି କରିଛନ୍ତି ନରସିଂହ । ସେହିପରି ପଶ୍ଚିମାଞ୍ଚଳ ପ୍ରାଥମିକ ଶିକ୍ଷକ ଫୋରମ୍ ୬ ବର୍ଷ ଧରି ୩ ଦଫା ଦାବିରେ ଆନ୍ଦୋଳନ କରୁଛି । ସରକାର ପ୍ରତିହିଂସା ପରାୟଣ ହୋଇ ଦୁଇ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି, ଏହା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ନରସିଂହ । ଏହାବାଦ୍ ବଲାଙ୍ଗୀର ଜମି ହଡ଼ପ ଘଟଣାରେ ସରକାର କୌଣସି ପଦକ୍ଷେପ ନେଉନାହାଁନ୍ତି । ୪୦୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି, ସରକାରଙ୍କ କ୍ଷତି ହୋଇଛି । ସରକାର ଚୁପ୍ କାରଣ ଯିଏ ଦୋଷୀ ସେ ହେଉଛନ୍ତି ବିଜେଡ଼ିର ବରିଷ୍ଠ ଉପ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁ ବୋଲି କହିଛନ୍ତି ନରସିଂହ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ