Sunday, October 4, 2026
28.6 C
Odisha

    ଭୂମିକମ୍ପରେ ଦୋହଲିଲା ଦିଲ୍ଲୀ

    ଆଗକୁ ପଢନ୍ତୁ

    ଦୋହଲିଲା ଦିଲ୍ଲୀ। ଅନୁଭୂତ ହେଲା ଭୂମିକମ୍ପ ଝଟ୍‌କା। ଭୟଭୀତ ହୋଇପଡିଲେ ରାଜଧାନୀବାସୀ। ଆଫଗାନିସ୍ତାନରେ ଭୟଙ୍କର ଭୂମିକମ୍ପ ହୋଇଥିବା ବେଳେ ଏହାର ପ୍ରଭାବ ଦିଲ୍ଲୀ-ଏନ୍‌ସିଆର୍‌ ଯାଏ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୭ ରେକର୍ଡ କରାଯାଇଛି।

    ଆଫଗାନିସ୍ତାନ ସମୟ ଅନୁଯାୟୀ, ସକାଳ ୧୧ଟା୨୬ରେ ଏହି ଭୂକମ୍ପ ଘଟିଥିଲା, ଯାହାର ପ୍ରଭାବ ଦିଲ୍ଲୀ ପର୍ଯ୍ୟନ୍ତ ଦେଖାଦେଇଥିଲା। ଦିଲ୍ଲୀ, ଦିଲ୍ଲୀ ଏନ୍‌ସିଆର୍‌, ନଏଡା, ଗାଜିଆବାଦରେ ଏହି ଭୂକମ୍ପର କମ୍ପନ ଅନୁଭୂତ ହୋଇଛି। ଫଳରେ ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଛନ୍ତି।
    ଏହି ଭୂମିକମ୍ପର କେନ୍ଦ୍ର ସ୍ଥଳ କାବୁଲ ଠାରୁ କିଛି ମାତ୍ରା ଦୂରରେ ପୃଥିବୀ ପୃଷ୍ଠଠାରୁ ୨୫୫ କିଲୋମିଟର ଗଭୀରରେ ଥିବା ବିଶେଷଜ୍ଞମାନେ କହିଛନ୍ତି। ତେବେ ଏହି ଭୂମିକମ୍ପ ଯୋଗୁ କାହାର କିଛି କ୍ଷୟକ୍ଷତି ହୋଇନାହିଁ କି କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଦୁଇ ସପ୍ତାହ ପୂର୍ବରୁ ମଧ୍ୟ ଆଫଗାନିସ୍ତାନରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ