Thursday, September 19, 2024
25.2 C
Odisha

    ସନ୍ଧ୍ୟା ସମୟରେ ଖାଆନ୍ତୁ କଳା ଚଣା, ରହିଛି ୫ଟି ବଡ଼ ଫାଇଦା

    ଆଗକୁ ପଢନ୍ତୁ

    କଳା ଚଣା ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । କଳା ଚଣା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଆପଣ ଏହାକୁ ନିୟମିତ ଖାଦ୍ୟରେ ସାମିଲ କରିବା ଉଚିତ୍ । ଆମ ଶରୀର ପାଇଁ କଳା ଚଣା କାହିଁକି ଗୁରୁତ୍ୱପୂର୍ଣ୍ଣ ଆସନ୍ତୁ ଜାଣିବା ।

    ୧. କଳା ଚଣାରେ ଅଧିକ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଫାଇବରରେ ଭରପୂର ଥିବାରୁ ଏହା ଆଭ୍ୟନ୍ତରୀଣ ସ୍ୱଚ୍ଛତା ପାଇଁ ସହାୟକ ହୋଇଥାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିବାରେ ସାହାଯ୍ୟ କରେ । କଳା ଚଣା ଖାଇବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ମଜବୁତ ହେବ ଏବଂ ପେଟ ସମ୍ବନ୍ଧୀୟ ସମସ୍ୟା କମିବ ।

    ୨. କଳା ଚଣାରେ ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ରହିଥାଏ, ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହି ଖଣିଜ ପଦାର୍ଥଗୁଡ଼ିକ ବ୍ଲଡ୍‌ ଭେସେଲ୍ସକୁ ଆରାମ ଦେଇଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣରେ ରଖେ । ଏହା ବ୍ୟତୀତ କଳା ଚଣାରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ମଧ୍ୟ ହୃଦୟର ସ୍ୱାସ୍ଥ୍ୟକୁ ଠିକ୍‌ ରଖିଥାଏ, ଯାହାଦ୍ୱାରା ହୃଦ୍ ରୋଗ ହେବାର ଆଶଙ୍କା କମିଯାଏ ।

    ୩. କଳା ଚଣା ମଧ୍ୟ ଓଜନ ଠିକ୍‌ ରଖିବାରେ ଲାଭଦାୟକ ହୋଇଥାଏ । ଏଥିରେ ଥିବା ଫାଇବର ଏବଂ ପ୍ରୋଟିନ୍ ଆପଣଙ୍କ ଭୋକକୁ ନିୟନ୍ତ୍ରଣ କରେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣ ଖାଇବେନି । ଏହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

    ୪. କଳା ଚଣାରେ ପ୍ରଚୁର ପରିମାଣର ପ୍ରୋଟିନ୍ ଥାଏ, ଯାହା ମାଂସପେଶୀ ବୃଦ୍ଧି ଏବଂ ମରାମତି ପାଇଁ ଜରୁରୀ । ଏହା ବ୍ୟତୀତ ଏଥିରେ କ୍ୟାଲସିୟମ୍ ଏବଂ ଫସଫରସ୍ ପରି ମିନେରାଲ୍ସ ମଧ୍ୟ ରହିଥାଏ ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ । କଳା ଚଣାର ନିୟମିତ ବ୍ୟବହାର ହାଡ ଏବଂ ମାଂସପେଶୀକୁ ଠିକ୍‌ ରଖିବାରେ ସହାୟକ ହୋଇଥାଏ ।

    ୫. କଳା ଚଣାରେ ଆଇରନ୍‌, ଜିଙ୍କ, ଏବଂ ଭିଟାମିନ୍ B6 ପରି ପୋଷକ ତତ୍ତ୍ୱ ରହିଥାଏ, ଯାହା ଚର୍ମ ଏବଂ କେଶ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଆଇରନ ତ୍ୱଚାକୁ ଚମକାଇବାରେ ସାହାଯ୍ୟ କରିଥାଏ ଏବଂ ଜିଙ୍କ ଓ ଭିଟାମିନ୍ B6 କେଶ ଝଡିବାକୁ ରୋକିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ