Sunday, October 4, 2026
29.6 C
Odisha

    କଂଗ୍ରେସ ସବୁବେଳେ ନିର୍ବାଚନୀ ପ୍ରକ୍ରିୟା ଉପରେ ସଂଦେହ ସୃଷ୍ଟି କରୁଛି : ନିର୍ବାଚନ କମିଶନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ଇଭିଏମ ଅନିୟମିତତା ନେଇ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରି ନିର୍ବାଚନ ଆୟୋଗ କହିଛନ୍ତି ଯେ ଏହି ଦଳ ଯେପରି ପୂର୍ବରୁ ନିର୍ବାଚନ ଫଳାଫଳର ବିଶ୍ବସନୀୟତାକୁ ନେଇ ସଂଦେହ ସୃଷ୍ଟି କରୁଥିଲା, ଏବେ ବି ସେପରି କରୁଛି । ଏହା ସହିତ ଇଭିଏମଗୁଡ଼ିକ ସଂପୂର୍ଣ୍ଣଭାବେ ନିରାପଦ ବୋଲି ଆୟୋଗ କହିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଲେଖିଥିବା ଚିଠିରେ କମିଶନ କହିଛନ୍ତି, କୌଣସି ଜାତୀୟ ରାଜନୈତିକ ଦଳଠାରୁ ଏହା ଆଶା କରାଯାଉନାହିଁ। କମିଶନ ଦେଶରେ ନିର୍ବାଚନୀ ଗଣତନ୍ତ୍ରକୁ ସୁରକ୍ଷିତ ଓ ସୁଦୃଢ଼ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ଦେଉଥିବା ସୁଚିନ୍ତିତ ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ଠିକ୍ ସମୟରେ ଅଭିଯୋଗର ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ । ‘
    ନିର୍ବାଚନ ଆୟୋଗ କହିଛନ୍ତି ଯେ କୌଣସି ବୈଧାନିକ ନିର୍ବାଚନୀ ପଦକ୍ଷେପ ସହ ବୁଝାମଣା ହେବାର କୌଣସି ପ୍ରମାଣ ନଥିଲେ ମଧ୍ୟ କଂଗ୍ରେସ ନିର୍ବାଚନ ଫଳାଫଳର ବିଶ୍ୱସନୀୟତାକୁ ନେଇ ପୂର୍ବ ଭଳି ସନ୍ଦେହ ସୃଷ୍ଟି କରୁଛି ।
    କମିଶନ କହିଛନ୍ତି ଯେ ମତଦାନ ଓ ଗଣତି ଦିନ ଭଳି ସମ୍ବେଦନଶୀଳ ସମୟରେ ଦାୟିତ୍ୱହୀନ ଅଭିଯୋଗ ଜନଅଶାନ୍ତି ଓ ବିଶୃଙ୍ଖଳା ସୃଷ୍ଟି କରିପାରେ। ଗତ ଏକ ବର୍ଷ ମଧ୍ୟରେ ୫ଟି ନିର୍ଦ୍ଦିଷ୍ଟ ମାମଲାକୁ ଉଦାହରଣ ଦେଇ ନିର୍ବାଚନ କମିଶନ ଏକ ଜାତୀୟ ଦଳ (କଂଗ୍ରେସ)କୁ କହିଛନ୍ତି, ଯାହାର ଦୀର୍ଘ ନିର୍ବାଚନୀ ଅଭିଜ୍ଞତା ରହିଛି, ସେ ବିନା ପ୍ରମାଣରେ ନିର୍ବାଚନ କାର୍ଯ୍ୟ ଉପରେ ଆକ୍ରମଣ ନ କରିବାକୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ