Sunday, October 4, 2026
29.6 C
Odisha

    ଅପରିଷ୍କାର ଶୌଚାଳୟର ଫଟୋ ପୋଷ୍ଟ କରିବାରୁ ବିଦେଶୀନିଙ୍କୁ ମିଳିଲା ଏଭଳି ଉତ୍ତର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଉଦୟପୁରର ସିଟି-ଜୟପୁର ଇଣ୍ଟରସିଟି ଏକ୍ସପ୍ରେସର ସେକେଣ୍ଡ କ୍ଲାସର ଅପରିଷ୍କାର ଟଏଲେଟର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବିଦେଶୀ ମହିଳା ଯାତ୍ରୀ ଇରିନା ମୋରେନୋ ଏହି ଭିଡିଓ କ୍ଲିପକୁ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛିଦିନ ପୂର୍ବରୁ ସେୟାର କରିଥିଲେ। ଭିଡିଓରେ ଅପରିଷ୍କାର ଶୌଚାଳୟ ସହିତ ସଫାସୁତୁରାର ଅଭାବ ଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ସେୟାର କରି ଇରିନା କ୍ୟାପସନରେ ଲେଖିଛନ୍ତି, ‘ଭାରତର ଟ୍ରେନରେ ୱେଷ୍ଟର୍ଣ୍ଣ ଟଏଲେଟ. ଦ୍ବିତୀୟ ଶ୍ରେଣୀ ଟ୍ରେନ ୧୨୯୯୧।’
    ଇରିନାଙ୍କ ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି,‘ବଡ଼ ଦେଶରେ ଖୋଜିଲେ ଅନେକ ତ୍ରୁଟି ବାହାରିବ। ଆପଣ ଶସ୍ତା ଯାତ୍ରା ପାଇଁ ଏହି ଟ୍ରେନକୁ ବାଛିଛନ୍ତି। ବନ୍ଦେ ଭାରତ ଓ ମେଟ୍ରୋ ଭଳି ଟ୍ରେନର ବିକଳ୍ପ ଥିଲା। ଆଗାମୀ ଯାତ୍ରା ଭଲ ବଜେଟ ସହିତ ଭାରତ ଆସିବ। ଯଦ୍ବାରା ଆପଣଙ୍କୁ ଟ୍ରେନରେ ଭଲ ସୁବିଧା ମିଳିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ