Friday, April 3, 2026
33.6 C
Odisha

    ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ପୁଣି ସମନ ଜାରି କଲା ଇଡି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ନୂଆ ସମନ ଜାରି କରି ଆସନ୍ତା ସପ୍ତାହରେ ମନି ଲଣ୍ଡରିଂ ମାମଲାର ତଦନ୍ତରେ ଯୋଗ ଦେବାକୁ କହିଛି। ଜାନୁଆରି ୨୯ କିମ୍ବା ଜାନୁଆରି ୩୧ରେ ପଚରାଉଚରା ପାଇଁ ସୋରେନଙ୍କ ଉପଲବ୍ଧତା ନିଶ୍ଚିତ କରିବାକୁ ଜାରି ସମନରେ କୁହାଯାଇଛି। ଜାନୁଆରି ୨୭ରୁ ୩୧ତାରିଖ ମଧ୍ୟରେ ଯେକୌଣସି ତାରିଖରେ ତଦନ୍ତରେ ଯୋଗ ଦେବାକୁ କେନ୍ଦ୍ରୀୟ ଏଜେନ୍‌ସି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲା, କିନ୍ତୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ନ ମିଳିବାରୁ ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର କାର୍ଯ୍ୟର୍ନିବାହୀ ସଭାପତି ଥିବା ୪୮ ବର୍ଷୀୟ ରାଜନେତାଙ୍କୁ ଏହି ନୂଆ ସମନ୍‌ ଜାରି କରାଯାଇଛି।

    ଜାନୁଆରି ୨୦ ତାରିଖରେ ଇଡି ଏହି ମାମଲାରେ ସୋରେନଙ୍କ ପ୍ରଥମ ଥର ପାଇଁ ବୟାନ ରେକର୍ଡ କରିଥିଲା, ଯେତେବେଳେ ଏହାର ତଦନ୍ତକାରୀମାନେ ରାଞ୍ଚିସ୍ଥିତ ତାଙ୍କ ସରକାରୀ ବାସଭବନକୁ ଯାଇଥିଲେ। ତଦନ୍ତକାରୀ ଅଧିକାରୀମାନେ ତାଙ୍କ ଘରେ ବିତାଇଥିବା ପ୍ରାୟ ସାତ ଘଣ୍ଟା ମଧ୍ୟରେ ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଏହି ବୟାନ ରେକର୍ଡ କରିଥିଲେ।

    ତେବେ, ସେଦିନ ପଚରାଉଚରା ଶେଷ ହୋଇ ନଥିବାରୁ ନୂଆ ସମନ୍‌ ଜାରି କରାଯାଇଥିବା ଜଣାପଡ଼ିଛି।

    ଝାଡ଼ଖଣ୍ଡରେ ମାଫିଆମାନେ ବେଆଇନ ଭାବେ ଜମିର ମାଲିକାନା ପରିବର୍ତ୍ତନ କରିବାର ଏକ ବିରାଟ ରାକେଟ୍‌ ସହ ଜଡ଼ିତ ଏହି ତଦନ୍ତ ଚାଲିଛି। ରାଜ୍ୟ ସମାଜ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ରାଞ୍ଚିର ଡେପୁଟି କମିସନର ଭାବେ କାର୍ଯ୍ୟ କରିଥିବା ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଛବି ରଞ୍ଜନଙ୍କ ସମେତ ଇଡି ଏପର୍ଯ୍ୟନ୍ତ ଏହି ମାମଲାରେ ୧୪ ଜଣଙ୍କୁ ଗିରଫ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.6 ° C
    33.6 °
    33.6 °
    23 %
    0.6kmh
    100 %
    Fri
    34 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ