Saturday, January 17, 2026
14.5 C
Odisha

    ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜତ ଶିକ୍ଷା ସ୍ବେଚ୍ଛାସେବୀଙ୍କ ପାରିଶ୍ରମିକ ୧୦ ହଜାର ଟଙ୍କାକୁ ବୃଦ୍ଧି

    ଆଗକୁ ପଢନ୍ତୁ

    ଭବନେଶ୍ବର: ରାଜ୍ୟର ବିଭିନ୍ନ ବିଦ୍ୟାଳୟ ମାନଙ୍କର ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ତଥା ସ୍ବତନ୍ତ୍ର ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ୨୦୧୪ ମସିହାରୁ ବିଭିନ୍ନ ଗ୍ରାମ ପଞ୍ଚାୟତ ମାନଙ୍କରେ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଥିଲା। ବର୍ତ୍ତମାନ ଏହି ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କୁ ମାସିକ ୫୩୭୯ ଟଙ୍କା ପାରିତୋଷିକ ଭାବରେ ଦିଆଯାଉଥିଲା।
    ସୂଚନାଯୋଗ୍ୟ ଯେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ସେମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉକ୍ତ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ମାନଙ୍କ ବିଭିନ୍ନ ଦାବିକୁ ସହୃଦୟତାର ସହ ବିଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ପାରିତୋଷିକକୁ ମାସିକ ୫୩୭୯ ଟଙ୍କାରୁ ୧୦,୦୦୦ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ଏହାଦ୍ବାରା ରାଜ୍ୟରେ ବର୍ତ୍ତମାନ ନିୟୋଜିତ ୧୧୧୭ ଜଣ ଭିନ୍ନକ୍ଷମ ଶିକ୍ଷା ସ୍ବେଚ୍ଛାସେବୀ ଉପକୃତ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    14.5 ° C
    14.5 °
    14.5 °
    31 %
    1.8kmh
    36 %
    Fri
    14 °
    Sat
    29 °
    Sun
    30 °
    Mon
    31 °
    Tue
    32 °

    ସମ୍ବନ୍ଧିତ