Tuesday, September 8, 2026
26.4 C
Odisha

    ୮ ବର୍ଷ ବୟସର ପୁଅର ଛାତିକୁ ଗୋଇଠା ମାରି ଜୀବନ ନେଲା ‌ଜନ୍ମଦାତ୍ରୀ ମା’

    ଆଗକୁ ପଢନ୍ତୁ

    କାଲିମେଳା: ଜନ୍ମ କଲା ମା’ର ଗୋଇଠା ମାଡ଼ରେ ୮ ବର୍ଷ ବୟସ ପୁଅର ମୃତ୍ୟୁ ହୋଇଛି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ତୁମ୍ବାଗୁଡା ଗ୍ରାମରେ ଏପରି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟି ଯାଇଛି। ମୃତ ନାବାଳକ ହେଲା ରୋହିତ ପଡ଼ିଆମୀ। ମିଳିଥିବା ସୂଚନା ଅନୁସାରେ ଶନିବାର ବିଳମ୍ଭିତ ରାତିରେ ତୁମ୍ବାଗୁଡ଼ା ଗ୍ରାମର ୱାଗି ପଡ଼ିଆମୀ ନାମକ ଜଣେ ମହିଳା ଅତ୍ୟଧିକ ରାଗି ଯାଇ ନିଜ ୮ ବର୍ଷ ବୟସର ପୁଅ ରୋହିତ ପଡ଼ିଆମୀର ଛାତିକୁ ଏକ ଗୋଇଠା ମାରିବାରୁ ରୋହିତ ତଳେ ପଡ଼ି ଯାଇଥିଲା। ଗୋଇଠା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଶିଶୁଟିର ପ୍ରାଣ ବାୟୁ ଉଡ଼ି ଯାଇଥିବାର ଅନୁମାନ କରାଯାଉଛି। ଘଟଣାଟି ଆଜି ସକାଳୁ ଜଣା ପଡ଼ିବାରୁ ପୁଲିସ ମା’ ୱାଗିକୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଥିବାର ଜଣାପଡ଼ିଛି।

    ରୋହିତ ଘରୁ କିଛି ପଇସା ଚୋରି କରିବା କାରଣରୁ ମା’ ରାଗି ଯାଇ ପୁଅକୁ ଏପରି ଦଣ୍ଡ ଦେଇଥିବାର ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ପହଂଚି ଅନୁସନ୍ଧାନ ଆରମ୍ଭ କରିଥିବା ବେଳେ ରିପୋର୍ଟ ଲେଖାଯିବା ବେଳକୁ ଶିଶୁଟିର ଶବ ଘର ଭିତରେ ପଡ଼ିଥିବାର ଜଣାପଡିଛି। ସାଇଣ୍ଟିଫିକ ଟିମ୍‌କୁ ଡକା ଯାଇଛି। ଟିମ ଆସିଲା ପରେ ଅଧିକ ତଦନ୍ତ କରାଯିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    88 %
    1kmh
    91 %
    Tue
    27 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ