Sunday, August 30, 2026
24.9 C
Odisha

    ସଲମାନଙ୍କ ଘର ବାହାରେ ଗୁଳିଚାଳନା ମାମଲା : ସିସିଟିଭିରେ ରେକର୍ଡ ହେଲା ଦୁଇ ଅଭିଯୁକ୍ତଙ୍କ ଚେହେରା

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ରବିବାର ସକାଳେ ହୋଇଥିବା ଗୁଳିକାଣ୍ଡକୁ ନେଇ ଚର୍ଚ୍ଚା ଲାଗି ରହିଛି । ଇତି ମଧ୍ୟରେ ଗୁଳି ଚଳାଇଥିବା ଦୁଇ ବନ୍ଧୁକଧାରୀଙ୍କ ସିସିଟିଭି ଫଟୋ ମିଳିଛି । ଏଥିରେ ଉଭୟଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ କଳା ଧଳା ଟି-ସାର୍ଟ ପିନ୍ଧିଥିବା ବେଳେ ଅନ୍ୟ ଜଣେ ନାଲି ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଆଧାର କରି ଉଭୟଙ୍କୁ ଜୋରଦାର ଖୋଜା ଚାଲିଛି। ଉଭୟ ବନ୍ଧୁକଚାଳକଙ୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା କେନ୍ଦ୍ରୀୟ ଏଜେନ୍ସିହାତକୁ ଆସିଛି।
    ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇଥିବା ଆକ୍ରମଣକାରୀମାନେ ରାଜସ୍ଥାନ ଓ ହରିୟାଣାର ବୋଲି ତଦନ୍ତକାରୀ ସଂସ୍ଥା କହିଛି। ମିଳିଥିବା ସୂଚନା ଅନୁଯାୟୀ, ରୋହିତ ଗୋଦାରାଙ୍କ ପାଇଁ ଦୁଇ ଜଣ ଶୁଟର କାମ କରୁଥିଲେ।

    କୁହାଯାଉଛି ଯେ ଅନମୋଲ ବିଷ୍ନୋଇ ଏହି ଦାୟିତ୍ୱ ରୋହିତ ଗୋଦାରାଙ୍କୁ ଦେଇଥିଲେ। ଏହାପରେ ବିଦେଶରେ ବସିଥିବା ରୋହିତ ଗୋଦାରା ଏହି କାମ ପାଇଁ ନିଜ ସୁଟରମାନଙ୍କ ବ୍ୟବସ୍ଥା କରିଥିଲେ। ରୋହିତ ଗୋଦାରା ରାଜସ୍ଥାନ ସହ ଲରେନ୍ସ ଗ୍ୟାଙ୍ଗରେ ଜଡିତ ଅଛନ୍ତି । ସେ କେବଳ ଏହି ଗ୍ୟାଙ୍ଗ ପାଇଁ ସକ୍ରିୟ ନୁହଁନ୍ତି ବରଂ ସୁଖଦେବ ସିଂ ଗୋଗାମେଡ଼ି ହତ୍ୟା ମାମଲା ହେଉ କିମ୍ବା ରାଜୁ ହତ୍ୟା ମାମଲା ହେଉ, ସେ ଏତେ ବଡ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.9 ° C
    24.9 °
    24.9 °
    92 %
    2.2kmh
    100 %
    Sun
    25 °
    Mon
    24 °
    Tue
    23 °
    Wed
    27 °
    Thu
    27 °

    ସମ୍ବନ୍ଧିତ