Monday, September 28, 2026
23.1 C
Odisha

    ଦି ସାବରମତୀ ରିପୋର୍ଟ’ ଓଡ଼ିଶାରେ କରମୁକ୍ତ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ୨୦୦୨ ଫେବୃଆରି ୨୭ରେ ଘଟିଥିବା ଗୋଧ୍ରା ରେଳ ପୋଡ଼ି ଘଟଣା ଉପରେ ନିର୍ମିତ ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି କୃତଜ୍ଞତା ଜଣାଇଛନ୍ତି ପ୍ରଯୋଜିକା ଏକତା କପୁର। ସେ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଧନ୍ୟବାଦ ଦେବା ସହ ସିନେମାଟି ଦେଖିବା ଲାଗି ଅନୁରୋଧ କରିଛନ୍ତି। ଏହାଛଡ଼ା ଏକତା କପୁର ଲିଙ୍ଗରାଜ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’ ସାରା ଦେଶରେ ରିଲିଜ୍ ହୋଇଛି। ଓଡ଼ିଶାରେ ପ୍ରତିଦିନ ୪୦ରୁ ଅଧିକ ସୋ’ ଲାଗିଛି। ଏହି ଚଳଚ୍ଚିତ୍ରକୁ ଓଡ଼ିଶା ସରକାର କରମୁକ୍ତ କରିଛନ୍ତି।ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଏନେଇ ବାଚସ୍ପତି ତଥା ଗୃହର ସଦସ୍ୟମାନଙ୍କୁ ଅବଗତ କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟୁଇଟ୍ କରି ମଧ୍ୟ ସୂଚନା ଦେଇଥିଲେ। ସେ କହିଥିଲେ, ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ଲୋକଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ସ୍ୱାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ୱାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନିକାଣ୍ଡରେ କିଭଳି ଭାବରେ କରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଅତୀତର ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ। ଯାହାଦ୍ବାରା ସାଧାରଣ ଜନତା ଅଧିକ ସଚେତନ ହେବେ।

    ଫିଲ୍ମର ପ୍ରଯୋଜିକା ଏକତା କପୁର ମୁଖ୍ୟମନ୍ତ୍ରୀଙ୍କ ଟୁଇଟ୍କୁ ରିଟୁଇଟ୍ କରି ଓଡ଼ିଶାରେ ‘ଦି ସାବରମତୀ ରିପୋର୍ଟ’କୁ କରମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ। ଏହି ସମର୍ଥନ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ସତ୍ୟକୁ ଅଧିକ ଲୋକଙ୍କୁ ଜଣାଇବାରେ ସାହାଯ୍ୟ କରିବ କରିବ ବୋଲି ଏକତା ଟୁଇଟ୍ କରିଥିଲେ। ଅନ୍ୟପଟେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

    ତେଣେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଏକତା କପୁରଙ୍କ ଫିଲ୍ମ ‘ଦି ସାବରମତି ରିପୋର୍ଟ’ ବିଷୟରେ ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଯେ ସମସ୍ତଙ୍କ ସାମ୍ନାରେ ସତ୍ୟ ବାହାରକୁ ଆସୁଛି ଏବଂ ଶେଷରେ ସବିଶେଷ ତଥ୍ୟ ବାହାରକୁ ଆସୁଛି। ୨୦୦୨ ଫେବ୍ରୁଆରିରେ ଘଟିଥିବା ଗୋଧ୍ରା ଘଟଣା ଉପରେ ଆଧାରିତ।  ଗୁଜୁରାଟର ଗୋଧ୍ରାରୁ ଅଯୋଧ୍ୟାକୁ ଫେରୁଥିବା ସାବରମତି ଏକ୍ସପ୍ରେସରେ ଯାତ୍ରା କରୁଥିବା କର ସେବକଙ୍କ ବଗିରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ୫୯ ଜଣ କର ସେବକ ପ୍ରାଣ ହରାଇଥିଲେ। ଏହାର ଗୋଟିଏ ଦିନ ପରେ, ଫେବ୍ରୁଆରି ୨୮ରୁ ଗୁଜୁରାଟରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା। ଯେଉଁଥିରେ ପ୍ରାୟ ୧୦୦୦ ଲୋକ ପ୍ରାଣ ହରାଇଥିଲେ।
    ଯେତେବେଳେ ଏହି ଘଟଣା ଘଟିଥିଲା, ସେତେବେଳେ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ଘଟଣାର କିଛି ଦିନ ପରେ, ମାର୍ଚ୍ଚ ୨ ରେ, ସେ ଏକ କମିସନ ଗଠନ କରିଥିଲେ। କମିସନ ଏହି ଘଟଣାର ଅନୁସନ୍ଧାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.1 ° C
    23.1 °
    23.1 °
    91 %
    0.9kmh
    9 %
    Mon
    29 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ