Wednesday, July 22, 2026
23.3 C
Odisha

    ମାଆଙ୍କ ଋଣ ଟଙ୍କା ସୁଝି ନ ପାରିବାରୁ ଗାଁ ଦାଣ୍ଡରେ ଝିଅକୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଝିଅ ଚିକିତ୍ସାଳୟରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ଭଦ୍ରକ : ମାଆଙ୍କ ଋଣ ଟଙ୍କା ସୁଝି ନପାରିବାରୁ ଗାଁ ଦାଣ୍ଡରେ ଝିଅକୁ ଆକ୍ରମଣ । ଏଭଳି ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅରଞ୍ଜି ଗାଁରେ । ଏଠାରେ ରହୁଥିବା ମନୋରମା ମହାପାତ୍ର ଏକ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଥିଲେ । ଗ୍ରୁପରୁ ୭୦ ହଜାର ଟଙ୍କା ଋଣ ଆଣିଥିଲେ । କିନ୍ତୁ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଗତ ଜୁଲାଇ ମାସରେ ତାଙ୍କ ମୃତ୍ୟୁ ହୋଇଥିଲା ।

    ଋଣର କିସ୍ତି ଟଙ୍କା ଗ୍ରୁପକୁ ୨୮୩୦ ଟଙ୍କା ସୁଝୁଥିଲା ଝିଅ । କିନ୍ତୁ ନିୟମ ଅନୁଯାୟୀ ସଦସ୍ୟଙ୍କ ମୃତ୍ୟୁ ପରେ ଇନ୍ସ୍ୟୁରାନ୍ସ ଥିଲେ ଆଉ କିସ୍ତି ଜମା କରିବା ଆବଶ୍ୟକ ନାହିଁ । ତାସତ୍ୱେ ଗ୍ରୁପର ସଦସ୍ୟମାନେ ବାରମ୍ବାର କିସ୍ତି ମାଗିଥିଲେ । ଝିଅ ମନା କରିବାରୁ ଘର ସମ୍ମୁଖରେ ଗ୍ରୁପ ସଦସ୍ୟ ଓ ସେମାନଙ୍କ ପରିବାର ଲୋକେ ଉତ୍ତେଜିତ ହୋଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଝିଅ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଥାନାରେ ଅଭିଯୋଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.3 ° C
    23.3 °
    23.3 °
    98 %
    2.2kmh
    100 %
    Tue
    23 °
    Wed
    25 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ