EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ ହେବା ଯାଏଁ ଏହା ବନ୍ଦ ହେବ ନାହିଁ। ପାଖାପାଖି ସାଢ଼େ ୩ କୋଟି ଲୋକଙ୍କ EKYC ହେବ। ୨ କୋଟି ଲୋକଙ୍କ EKYC ସରିଛି। ଆଉ ଦେଢ଼ କୋଟି ଲୋକଙ୍କ ହେବ। ଏଥିପାଇଁ ମାସେ, ଦେଢ଼ମାସ ସମୟ ଲାଗିପାରେ ବୋଲି ମନ୍ତ୍ରୀ କହିଛନ୍ତି। -EKYC ହୋଇସାରିଲା ପରେ କେତେ ଫଲ୍ସ କାର୍ଡ ଥିଲା ଜଣାପଡ଼ିବ ବୋଲି କହିଛନ୍ତି। ନିଶ୍ଚିତ ଆମେ ସେମାନଙ୍କୁ କାଟିବୁ, ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦେବୁ ଦୃଢ଼କ୍ତି ପ୍ରକାଶ କରିଛନ୍ତି।