Monday, September 14, 2026
28.8 C
Odisha

    ବିଶ୍ବର ନିର୍ବାଚନ ଇତିହାସରେ ସବୁଠାରୁ ବଡ ବିଜୟ : ଏହି ଯୁବକ ୮୫% ଭୋଟ୍ ପାଇ ରାଷ୍ଟ୍ରପତି ହୋଇଛନ୍ତି

    ଆଗକୁ ପଢନ୍ତୁ

    ଏଲ ସାଲଭାଡୋରର ରାଷ୍ଟ୍ରପତି ନୟିବ ବୁକେଲେ ବିଶ୍ୱ ନିର୍ବାଚନ ଇତିହାସରେ ସବୁଠାରୁ ବଡ ବିଜୟ ନିଜ ନାଁ ରେ ପଞ୍ଜିକରଣ କରିଛନ୍ତି । ୪୨ ବର୍ଷୀୟ ବୁକେଲେ ଦ୍ୱିତୀୟ ଥର ପାଇଁ ଏଲ ସାଲଭାଡୋରର ରାଷ୍ଟ୍ରପତି ହୋଇଛନ୍ତି ଏବଂ ଏହା ମଧ୍ୟ ୮୫% ଭୋଟ୍ ପାଇ ।  ବୁକେଲେ ୨୦୧୯ ରେ ଏଲ ସାଲଭାଡୋରରେ କ୍ଷମତା ଗ୍ରହଣ କରିଥିଲେ । ରାଷ୍ଟ୍ରପତି ନୟିବ ବୁକେଲେ ନିଜକୁ ସର୍ବଶ୍ରେଷ୍ଠ ଶାସକ ଭାବରେ ଉପସ୍ଥାପନ କରନ୍ତି । ଯେତେବେଳେ ବି ଦୁନିଆରେ ଏକଛତ୍ରବାଦୀ ଶାସନର କଥା ହୁଏ, ସେତେବେଳେ କେବଳ ଜଣେ ନିଷ୍ଠୁର ବ୍ୟକ୍ତିଙ୍କ କଥା ଆସେ ଯିଏ ଲୋକଙ୍କୁ ଯନ୍ତ୍ରଣା ଦେଇଥା’ନ୍ତି ।  କିନ୍ତୁ ପ୍ରତ୍ୟେକ ଶାସକ ଏମିତି ହେଇ ନଥାନ୍ତି ।  ଅନେକଙ୍କ ପାଇଁ, ଏଲ ସାଲଭାଡୋରର ରାଷ୍ଟ୍ରପତି ହେଉଛନ୍ତି ଜଣେ ଜାତୀୟ ହିରୋ ଯିଏ ଦେଶରେ ହିଂସା ଘଟାଉଥିବା ବ୍ୟକ୍ତିଙ୍କ ସହ ନିରନ୍ତର ଲଢେଇ କରିଛନ୍ତି । ବୋଧହୁଏ ଏହା ହେଉଛି ଏକମାତ୍ର କାରଣ ତାଙ୍କ ଲୋକମାନେ ତାଙ୍କୁ ନିର୍ବାଚନ ଇତିହାସରେ ସବୁଠାରୁ ବଡ଼ ବିଜୟ ଦେଇଛନ୍ତି ।

    ଏଲ ସାଲଭାଡୋରର ରାଷ୍ଟ୍ରପତି ନୟିବ ବୁକେଲେ ବିଶ୍ୱ ନିର୍ବାଚନ ଇତିହାସରେ ସବୁଠାରୁ ବଡ ବିଜୟ ପଞ୍ଜିକରଣ କରିଛନ୍ତି । ୪୨ ବର୍ଷୀୟ ବୁକେଲେ ଦ୍ୱିତୀୟ ଥର ପାଇଁ ଏଲ ସାଲଭାଡୋରର ରାଷ୍ଟ୍ରପତି ହୋଇଛନ୍ତି ଏବଂ ଏହା ମଧ୍ୟ ୮୫% ଭୋଟ୍ ପାଇ । ତିନି ଦଶନ୍ଧି ଧରି ଅପରାଧ ସହ ସଂଘର୍ଷ କରୁଥିବା କେନ୍ଦ୍ରୀୟ ଆମେରିକୀୟ ଦେଶ ଏଲ ସାଲଭାଡୋରରେ ବୁକେଲଙ୍କ ସରକାର ଏପରି ଅନେକ କାର୍ଯ୍ୟ କରିଥିଲେ ଯାହା ତାଙ୍କୁ ଲୋକପ୍ରିୟ କରିଛି । ସର୍ବଶ୍ରେଷ୍ଠ ଶାସକଏକ ସମୟ ଥିଲା ଯେତେବେଳେ ଏଲ ସାଲଭାଡୋରରେ ଅପରାଧ ହାର ବହୁତ ଅଧିକ ଥିଲା । ଏହି ଦେଶ ଗ୍ୟାଙ୍ଗଷ୍ଟର ଏବଂ ମାଫିଆଙ୍କ ଯୋଗୁ ବହୁ ଅସୁବିଧାରେ ପଡିଥିଲା । ଏମାନେ ଗତ ତିନି ଦଶନ୍ଧି ମଧ୍ୟରେ ପ୍ରାୟ ୧୨୦,୦୦୦ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ଦେଶର ଜେଲରେ ହଜାର ହଜାର କଏଦୀ ଭରି ହେଇ ଅଛନ୍ତି ।  ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ଦୁନିଆର ସବୁଠାରୁ ଭୟଙ୍କର ଜେଲ ଅଟେ । ୨୦୧୯  ରେ ଏକ ବଡ ପରିବର୍ତ୍ତନ ଆସିଥିଲା ​​ଯେତେବେଳେ ବୁକେଲେ କ୍ଷମତା ଗ୍ରହଣ କରିଥିଲେ । କ୍ଷମତା ଗ୍ରହଣ ପରେ ତାଙ୍କର ନଜର  ସର୍ବଦା ଗ୍ୟାଙ୍ଗଷ୍ଟର ଏବଂ ମାଫିଆଙ୍କ ଉପରେ ରଖିଥିଲେ । ସେ ସେମାନଙ୍କୁ କଡା ହାତରେ ଦମନ କରିବା ଆରମ୍ଭ କରିଥିଲେ । ତଥାପି, ଅନେକ ଲୋକ ଏହା ମଧ୍ୟ ବିଶ୍ଵାସ କରନ୍ତି ଯେ ବୁକେଲେ ମାନବିକ ଅଧିକାରର ଉଲ୍ଲଂଘନ କରିଛନ୍ତି ଏବଂ ତାଙ୍କ ହାତରେ କ୍ଷମତା ରଖିବା ପାଇଁ ନିୟମ ମଧ୍ୟ ପରିବର୍ତ୍ତନ କରିଛନ୍ତି । ଏସବୁ ମଧ୍ୟରେ କିନ୍ତୁ ରାଷ୍ଟ୍ରପତି ନୟିବ ବୁକେଲେ ନିଜକୁ ସର୍ବଶ୍ରେଷ୍ଠ ଶାସକ ଭାବରେ ଉପସ୍ଥାପନ କରନ୍ତି ।

    ବୁକେଲେଙ୍କ କାର୍ଯ୍ୟକାଳ

    ବୁକେଲେ ୨୦୧୯ ରେ ଏଲ ସାଲଭାଡୋରରେ କ୍ଷମତା ଗ୍ରହଣ କରିଥିଲେ। ଏହାପୂର୍ବରୁ, ବୁକେଲେ ୨୦୧୨ ରୁ ୨୦୧୫  ପର୍ଯ୍ୟନ୍ତ ନ୍ୟୁଭୋ କୁସ୍କାଟାନ ଏବଂ ୨୦୧୫ ରୁ ୨୦୧୮  ପର୍ଯ୍ୟନ୍ତ ଦେଶର ରାଜଧାନୀ ସାନ ସାଲଭାଡୋରର ମେୟର ଥିଲେ। ୨୦୧୮ ରେ, ସେ ନିଜ ଦଳ ଗଠନ କରିଥିଲେ ଏବଂ ୨୦୧୯ ରେ ସାଧାରଣ ନିର୍ବାଚନରେ ​​ଜିତିଥିଲେ। ବୁକେଲେଙ୍କ ଅଧୀନରେ ଏପର୍ଯ୍ୟନ୍ତ ଏଲ ସାଲଭାଡୋରରେ ହତ୍ୟା ହାର ଐତିହାସିକ ସ୍ତରରେ ପହଞ୍ଚିଛି ଏବଂ ତାଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷରେ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । ଦେଶବ୍ୟାପୀ କଟକଣା ସମୟରେ ବୁକେଲେ ସରକାର ୭୫,୦୦୦ ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲେ । ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ବୁକେଲେ ଅପରାଧୀ ମାନଙ୍କୁ କାରାଗାରରେ ବନ୍ଦ ଭଳି କଠୋର ପଦକ୍ଷେପ ନେଇଥିଲେ, ବୋଧହୁଏ ଏହି କାରଣରୁ ଜନସାଧାରଣ ବୁକେଲେଙ୍କୁ ଏତେ ବଡ଼ ସମର୍ଥନ ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.8 ° C
    28.8 °
    28.8 °
    73 %
    0.4kmh
    58 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ