Sunday, October 11, 2026
30.5 C
Odisha

    ଜମିଜମା ବିବାଦକୁ ନେଇ ସାନଭାଇକୁ ହାଣିଲା ବଡ଼ଭାଇ, ଅଭିଯୁକ୍ତ ଫେରାର

    ଆଗକୁ ପଢନ୍ତୁ

    ଜାଗାବାଡ଼ିକୁ ନେଇ ସାନ ଭାଇକୁ ନିର୍ମମ ଭାବେ ହତ୍ୟା କଲା ବଡ଼ ଭାଇ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜା ପଞ୍ଚାୟତର ନୁଣଚାଟି ଗ୍ରାମରେ। ଘଟଣାରୁ ପ୍ରକାଶ, ଉକ୍ତ ଗ୍ରାମର ଜୟନ୍ତ ମାହାନା ଏବଂ ତାଙ୍କ ବଡ଼ ଭାଇ ଅରୁଣ ମାହାନାଙ୍କ ମଧ୍ୟରେ ପ୍ରତିଦିନ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଉକ୍ତ ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚି ଉଗ୍ର ରୂପ ଧାରଣା କରିଥିଲା। ଆଜି ସକାଳ ଆଠଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ଼ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ ଓ଼ ମାରପିଟ ହୋଇଥିଲା। ତେବେ ଅରୁଣଙ୍କ ରାଗ ଅତ୍ୟନ୍ତ ଉଗ୍ରରୂପ ଧାରଣା କରିଥିଲା ଯେ, ସେ ଏକ ଧାରୁଆ ତରୁଆଲ(ମାରଣାସ୍ତ୍ର)ରେ ଜୟନ୍ତଙ୍କ ବେକକୁ ହାଣିବା ଫଳରେ ଜୟନ୍ତ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।

    ଏତିକିରେ ଅରୁଣଙ୍କ ରାଗ ଶାନ୍ତ ନପଡ଼ିବାରୁ ସେ ଉକ୍ତ ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଜୟନ୍ତଙ୍କ ମୃତ୍ୟୁ ଘଟିଥିଲା, ଏବଂ ସଙ୍ଗେ ସଙ୍ଗେ ଅରୁଣ ମାହାନା ଘଟଣାସ୍ଥଳରୁ ଘରୁ ଫେରାର ହୋଇଯାଇଥିଲା। ଖବର ପାଇ, ଘଟଣାସ୍ଥଳରେ ରାସଗୋବିନ୍ଦପୁର ଥାନା ଅଧିକାରିଣୀ ସୁକାନ୍ତି କେରାଇ ଓ଼ ତାଙ୍କ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    52 %
    2.8kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ