Sunday, October 11, 2026
30.5 C
Odisha

    ମନ୍ଥର ଗତିରେ ଆଗକୁ ବଢୁଛି ମୌସୁମୀ ବାୟୁ: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି, ଜନଜୀବନ ଅସ୍ତବ୍ୟସ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଆଗକୁ ବଢୁଛି। ସତେ ଯେମିତି ଏଥିରେ ଗତି ନାହିଁ କି ଶକ୍ତି ନାହିଁ। ମାଳକାନଗିରିରେ ୪ଦିନ ପୂର୍ବରୁ ମୌସୁମୀ ପହଞ୍ଚି ଥିଲେ ବି, ଏପର୍ଯ୍ୟନ୍ତ ଏହା ରାଜ୍ୟର ସବୁ ସ୍ଥାନକୁ ସ୍ପର୍ଶ କରିପାରି ନାହିଁ। ଫଳରେ ଗ୍ରୀଷ୍ମ ଲହରି ଜାରି ରହିଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଉନାହିଁ। ଭୀଷଣ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ଜନଜୀବନ ଅନ୍ତବ୍ୟସ୍ତ ହେଉଛି।
    ଅନ୍ୟପଟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨୪ ଘଣ୍ଟା ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। କେବଳ ମାଲକାନଗିରିରେ ସକ୍ରିୟ ରହିଛି ମୌସୁମୀ ବାୟୁ। ୪ ଦିନ ପୂର୍ବରୁ ମୌସୁମୀ ବାୟୁ ଓଡ଼ିଶା ଛୁଇଁଥିଲେ ମଧ୍ୟ ଆଗକୁ ଅଗ୍ରସର ହୋଇପାରୁନି। ୨୨ ତାରିଖ ସୁଦ୍ଧା ସାରା ରାଜ୍ୟରେ ସାଧାରଣ ଭାବେ ମୌସୁମୀ ବାୟୁ ସକ୍ରିୟ ହେବା କଥା ଯାହା ଦେଖିବାକୁ ମିଳୁନାହିଁ। ଆଗକୁ ୪ରୁ ୫ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ଥିଲେ ମଧ୍ୟ ବିଳମ୍ବରେ ଚାଲିଛି ମୌସୁମୀ। ଜୁନ ୧୭ ତାରିଖ ଠାରୁ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.5 ° C
    30.5 °
    30.5 °
    52 %
    2.8kmh
    0 %
    Sun
    30 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ