Thursday, September 17, 2026
30 C
Odisha

    ଇଲେକ୍ଟାରାଲ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିସନ

    ଆଗକୁ ପଢନ୍ତୁ

    ରାଜନୈତିକ ଦଳଗୁଡ଼ିକୁ ବିଭିନ୍ନ ବ୍ୟକ୍ତି ଓ ସଂସ୍ଥାଗୁଡ଼ିକ ନିର୍ବାଚନୀ ବଣ୍ଡ୍‌ ଜରିଆରେ ପ୍ରଦାନ କରିଥିବା ଚାନ୍ଦାର ତଥ୍ୟକୁ ଆଜି ନିର୍ବାଚନ କମିସନ ତାଙ୍କ ୱେବସାଇଟରେ ସାର୍ବଜନୀନ କରିଛନ୍ତି। ଦୁଇଟି ଫାଇଲ୍‌ରେ ଏହି ତଥ୍ୟକୁ କମିସନ ତାଙ୍କ ୱେବସାଇଟରେ ରଖିଛନ୍ତି। ଏକ ଲକ୍ଷ, ୧୦ ଲକ୍ଷ ଏବଂ କୋଟିଏ ଟଙ୍କିଆ ନିର୍ବାଚନୀ ବଣ୍ଡ୍‌ ବିକ୍ରି କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍। କେଉଁ ସଂସ୍ଥା କେତେ ଟଙ୍କାର ବଣ୍ଡ୍ କିଣିଛନ୍ତି ଏବଂ କେଉଁ ଦଳ ଏହି ବଣ୍ଡ୍ ଗ୍ରହଣ କରିଛନ୍ତି ତାହା ଏହି ତାଲିକାରେ ଉଲ୍ଲେଖ ରହିଛି। କିନ୍ତୁ କେଉଁ ସଂସ୍ଥା କେଉଁ ଦଳକୁ କେତେ ଟଙ୍କାର ବଣ୍ଡ୍ ଦେଇଛନ୍ତି ସଂପର୍କରେ ଏଥିରେ‌ କୌଣସି ସୂଚନା ଦିଆଯାଇ ନାହିଁ।

    ସୁପ୍ରିମ କୋର୍ଟ ଧାର୍ଯ୍ୟ କରିଥିବା ସମୟର ୨୪ ଘଣ୍ଟା ପୂର୍ବରୁ କମିସନ ଏହି ତଥ୍ୟ ତାରଙ୍କ ୱେବସାଇଟ୍‌ରେ ଅପଲୋଡ୍ କରିଛନ୍ତି। ଏଥିପାଇଁ ଲିଙ୍କ୍‌ https://www.eci.gov.in/candidate-politicalparty ପ୍ରଦାନ କରାଯାଇଛି। ଦୁଇଟି ଭାଗରେ ମୋଟ୍‌ ୭୬୩ ପୃଷ୍ଠାରେ ଏହି ତଥ୍ୟ ପ୍ରକାଶ କରାଯାଇଛି। ପ୍ରଥମ ଭାଗରେ କେଉଁ ବ୍ୟକ୍ତି ଓ ସଂସ୍ଥା କେତେ ତାରିଖରେ କେତେ ଟଙ୍କାର ବଣ୍ଡ୍ କିଣିଛନ୍ତି ତାହାର ସୂଚନା ଦିଆଯାଇଛି। ୩୩୭ ପୃଷ୍ଠା ବିଶିଷ୍ଟ ଏହି ପ୍ରଥମ ଭାଗ ରିପୋର୍ଟରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୧୧ ପର୍ୟ୍ୟନ୍ତ କିଏ ନିର୍ବାଚନୀ ବଣ୍ଡ୍‌ କିଣିଛି ତାହାର ତଥ୍ୟ ଦର୍ଶାଯାଇଛି। ସେହିଭଳି ଦ୍ବିତୀୟ ଭାଗରେ ୪୨୬ ପୃଷ୍ଠାର ରିପୋର୍ଟ ସାର୍ବଜନୀନ କରାଯାଇଛି। ଏଥିରେ କେଉଁ ଦଳ ବଣ୍ଡ ଜମା କରି କେତେ ଟଙ୍କା ଉଠାଇଛନ୍ତି ତାହା ଉଲ୍ଲେଖ କରାଯାଇଛି। ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୨୪ ପର୍ୟ୍ୟନ୍ତ ରାଜନୈତିକ ଦଳଗୁଡ଼ିକ ପାଇଥିବା ଚାନ୍ଦା ସଂପର୍କରେ ଏହି ଦ୍ବିତୀୟ ଭାଗ ରିପୋର୍ଟରେ ଦର୍ଶାଯାଇଛି। ଏହି ବଣ୍ଡ୍‌ର ମୂଲ୍ୟ ଥିଲା ଏକ ଲକ୍ଷ ଟଙ୍କା, ୧୦ ଲକ୍ଷ ଟଙ୍କା ଏବଂ ଏକ କୋଟି ଟଙ୍କା। ଯେଉଁ ସଂସ୍ଥା ଏହି ବଣ୍ଡ୍ କିଣିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଫ୍ୟୁଚର ଗେମିଂ ଏଣ୍ଡ ‌ହୋଟେଲ ସର୍ଭିସେସ୍‌, ମେଘା ଇଞ୍ଜିନିୟରିଂ ଏଣ୍ଡ ଇନଫ୍ରାଷ୍ଟ୍ରକଚର, କ୍ବିକ୍ ସପ୍ଲାଏ ଚେନ୍, ଗ୍ରାସିମ ଇଣ୍ଡଷ୍ଟ୍ରିଜ୍, ଆପୋଲୋ ଟାୟର୍ସ, ଭାରତୀ ଏୟାରଟେଲ, ବେଦାନ୍ତ, ଡିଏଲ୍‌ଏଫ୍, ଲକ୍ଷ୍ମୀ ମିତ୍ତଲ, ଟୋରେଣ୍ଟ ପାୱାର,

    ସନ୍ ଫାର୍ମା, ଏବିସି ଇଣ୍ଡିଆ, ଏସେଲ ମାଇନିଂ, ପିରାମଲ ଏଣ୍ଟରପ୍ରାଇଜେସ୍। ଏହି ନିର୍ବାଚନୀ ବଣ୍ଡ୍‌ ଜମା କରି ବ୍ୟାଙ୍କରୁ ଟଙ୍କା ଉଠାଇଥିବା ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ୍‌, ଟିଡିପି, ବିଆର୍‌ଏସ୍‌, ୱାଇଏସ୍‌ଆର କଂଗ୍ରେସ, ଜେଡିଏସ୍‌, ଡିଏମ୍‌‌କେ, ଏଆଇଏଡିଏମ୍‌କେ, ଏନ୍‌ସିପି, ଆର୍‌ଜେଡି, ସମାଜବାାଦୀ ପାର୍ଟି, ଶିବସେନା ଆଦି ରହିଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେ କେଉଁ ସଂସ୍ଥା କେଉଁ ଦଳକୁ କେତେ ଚାନ୍ଦା ଦେଇଛନ୍ତି ତାଜହା ଏଥିରେ ଉଲ୍ଲେଖ କରାଯାଇ ନାହିଁ।

    ଫ୍ୟୁଚର ଗେମିଂ ଏଣ୍ଡ ‌ହୋଟେଲ ସର୍ଭିସେସ୍‌ ସର୍ବାଧିକ ୧୩୬୮କୋଟି ଟଙ୍କାର ବଣ୍ଡ୍ କିଣିଥିବାୀ ବେଳେ ଏହା ପଛକୁ ରହିଛି ମେଘା ଇଞ୍ଜିନିୟରିଂ ଏଣ୍ଡ ଇନଫ୍ରାଷ୍ଟ୍ରକଚର (୯୬୬ କୋଟି ଟଙ୍କା), କ୍ବିକ୍ ସପ୍ଲାଏ ଚେନ୍ (୪୧୦ କୋଟି ଟଙ୍କ) ବେଦାନ୍ତ (୪୦୦ କୋଟି ଟଙ୍କା), ହଲଦିଆ ଏନର୍ଜି (୩୭୭ କୋଟି) ଭାରତୀୟ ଗ୍ରୁପ୍ (୨୪୭ ‌କୋଟି) ଏବଂ ଏସେଲ ମାଇନିଂ (୨୨୪ କୋଟି ଟଙ୍କା)।

    ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ନିର୍ବାଚନ କମିସନ ନିର୍ଦ୍ଧାରିତ ସମୟ ୧୫ ମାର୍ଚ୍ଚ ଅପରାହ୍ଣ ୫ଟାର ‌ଦିନକ ପୂର୍ବରୁ ନିର୍ବାଚନ କମିସନ ନିର୍ବାଚନୀ ବଣ୍ଡ୍‌ର ତଥ୍ୟ ଲୋକଙ୍କ ସାମ୍ନାକୁ ଆଣିଛନ୍ତି। ଷ୍ଟେଟ ବ୍ୟାଙ୍କ ଉକ୍ତ ତଥ୍ୟ ଦାଖଲ କରିବା ପାଇଁ ଜୁନ୍‌ ୩୦ ପର୍ୟ୍ୟନ୍ତ ସମୟ ମାଗିଥିଲା। ଗତ ୧୧ ତାରିଖରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିବା ସମୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଉପରେ ଭୀଷଣ ବିରକ୍ତ ହୋଇଥିଲେ। ଅଧିକ ସମୟ ଦିଆଯିବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେବା ସହିତ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସହିତ ଷ୍ଟେଟ୍‌ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଏହାର ଅନୁପାଳନ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ, ଷ୍ଟେଟ୍‌ ବ୍ୟାଙ୍କ ୧୨ ତାରିଖରେ ଏହି ତଥ୍ୟ ନିର୍ବାଚନ କମିସନଙ୍କୁ ଦେଇଥିବେ ବେଳେ ୧୩ ତାରିଖରେ ବୃାଙ୍କ ଅଧ୍ୟକ୍ଷ ଦୀନେଶ କୁମାର ଖରା ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ଐତିହାସିକ ରାୟ ଶୁଣାଇ ନିର୍ବାଚନୀ ବଣ୍ଡ୍‌କୁ ବେଆଇନ ଘୋଷଣା କରିଦେଇଥିଲେ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ୧୧ ତାରିଖ ଆଦେଶରେ କେତେକ ସଂଶୋଧନ/ସ୍ପଷ୍ଟୀକରଣ ପାଇଁ ନିର୍ବାଚନ କମିସନ ନିବେଦନ କରିଛନ୍ତି। ସୁପ୍ରିମକୋର୍ଟର ୫ ଜଣିଆ ସମ୍ବିଧାନ ପୀଠ ଆସନ୍ତାକାଲି ଏହି ମାମଲାର ଶୁଣାଣି କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30 ° C
    30 °
    30 °
    71 %
    0.9kmh
    55 %
    Thu
    29 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ