Wednesday, October 7, 2026
22.1 C
Odisha

    ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍‌: ସୁବର୍ଣ୍ଣପୁରକୁ ୨ ସ୍ବର୍ଣ୍ଣ, ୧ ରୋପ୍ୟ

    ଆଗକୁ ପଢନ୍ତୁ

    ଅମରପାଲି    :  ରାଜ୍ୟସ୍ତରୀୟ ଆଥେଲେଟିକ ଚାମ୍ପିଅନଶିପ୍‌ ୨୦୨୫-୨୬ର ପ୍ରଥମ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାକୁ ମିଳିଛି ସଫଳତା। ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ଦିବସରେ ଜିଲ୍ଲାକୁ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୋପ୍ୟ ପଦକ ମିଳିଥିବା ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରୁ ପ୍ରତିନିଧିତ୍ କରିଥିବା ସୁମତି ରାଜହଂସ ପ୍ରଥମ ଦିବସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୧୪ ବର୍ଷରୁ କମ ବାଳିକା ବର୍ଗର ୬ ଶହ ମିଟର ଦୌଡରେ ଅଂଶଗ୍ରହଣ କରି ଫାଇନାଲ ରାଉଣ୍ଡରେ ପ୍ରଥମ ହୋଇ ଏହି ସଫଳତା ହାସଲ କରିଛନ୍ତି। ସେ ଏହି ସଫଳତାକୁ ୧ ମିନିଟ ୪୪ ସେକେଣ୍ଡରେ ହାସଲ କରିଛନ୍ତି। ସୁମତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସେରେଗେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ର ଛାତ୍ରୀ ଅଟନ୍ତି। ତାଙ୍କ ବାପା ମାନଭଞ୍ଜନ ରାଜହଂସ ଓ ମାଆ କେତେକୀ ରାଜହଂସ ଦିନ ମଜୁରିଆ ଅଟନ୍ତି। ତାଙ୍କର ଏହି ସଫଳତାରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ତାଙ୍କ ସ୍କୁଲର ସମସ୍ତ ଶିକ୍ଷକ ଶୁଭେଚ୍ଛା ଜଣାଇଛନ୍ତି।

    ସୂଚନା ଅନୁସାରେ, ବାଲେଶ୍ୱରର ଖ୍ରୀଷ୍ଟିଆନ ହାଇସ୍କୁଲରେ ଚଳିତ ୧୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ହେଉଛି ରାଜ୍ୟ ସ୍ତରୀୟ ଆଥେଲେଟିକ ଚାମ୍ପିୟନସିପ। ଏଥିରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସ୍କୁଲରୁ ସମୁଦାୟ ୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ସେହିପରି ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ହାୟର ସେକେଣ୍ଡାରୀ ସ୍କୁଲର ଜୁନେଶ ନନ୍ଦ ମଧ୍ୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ୧୭ ବର୍ଷରୁ କମ ବାଳକ ବର୍ଗର ୩ ହଜାର ମିଟର ଦୌଡ଼ରେ ଅଂଶ ଗ୍ରହଣ କରି ଫାଇନାଲ ରାଉଣ୍ଡରେ ପ୍ରଥମ ହୋଇ ଏହି ସଫଳତା ହାସଲ କରିଛନ୍ତି। ଏହା ସହିତ ଜିଲ୍ଲାର ତରଭା ବ୍ଲକ ରୁ ପ୍ରତିନିଧିତ୍ କରିଥିବା ଝାରତରଭା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରୀତମ ନାଗ ୧୪ ବର୍ଷରୁ କମ ବାଳକ ବର୍ଗର ୬ ଶହ ମିଟର ଦୌଡ ରେ ଅଂଶ ଗ୍ରହଣ କରି ଦିତୀୟ ସ୍ଥାନ ହାସଲ କରି ରୋପ୍ୟ ପଦକ ହାସଲ କରିଛନ୍ତି। ପ୍ରଥମ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାକୁ ତିନୋଟି ପଦକ ମିଳିଥିବାରୁ ଆଗକୁ ଆହୁରି ପଦକ ମିଳିବ ବୋଲି ଆଶା କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.1 ° C
    22.1 °
    22.1 °
    86 %
    1.1kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ