Monday, September 28, 2026
29.4 C
Odisha

    ରବିଧାନ ଫସଲ ନଷ୍ଟ କଲେ ହାତୀପଲ

    ଆଗକୁ ପଢନ୍ତୁ

    ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ରଙ୍ଗାମାଟିଆ ପଞ୍ଚାୟତ ଟିଆଁସିପଶି ଗ୍ରାମରେ ଦୁଇଟି ହାତୀ ପଶି ବ୍ୟାପକ ରବିଧାନ ନଷ୍ଟ କରିଛନ୍ତି। ଟିଆଁସପଶି ଗ୍ରାମରେ ଚାଷୀମାନେ ରବିଧାନ କରିଛନ୍ତି। ଗତକାଲି ରାତିରେ ଦୁଇଟି ହାତୀ ଗାଁ ଧାନ କିଆରିରେ ପଶି ମାଡ଼ିଦଳି ଫସଲ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଗ୍ରାମର କେଦାର ବେହେରା ଓ ଶ୍ରୀନିବାସ ମହାରଣାଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ଏହି ହାତୀ ଦୁଇଟି କାଳିକାପ୍ରସାଦ ଅଞ୍ଚଳରେ ଡେରା ପକାଇଥିଲେ। ସେଠାରେ ଲୋକଙ୍କ ଘର ଭାଙ୍ଗିବା ସହ ଧାନଚାଉଳ ଖାଇଥିଲେ। ଗତକାଲି ଟିଆଁସିପଶି ଗ୍ରାମରେ ପଶି କ୍ଷୟକ୍ଷତି କରିଛନ୍ତି। ଏନେଇ ଆଜି କ୍ଷତିଗ୍ରସ୍ତ ଚାଷୀମାନେ ବନ ବିଭାଗକୁ ଅବଗତ କରିଛନ୍ତି। ଆସନ୍ତାକାଲି କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜଣାପଡ଼ିଛି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ହାତୀମାନେ ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ହେଉଛି। ଲୋକଙ୍କ ଘରଦ୍ବାରା ଭାଙ୍ଗିବା ସହ ଜମିରେ ପଶି ଫସଲ ନଷ୍ଟ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ