Friday, May 3, 2024
42.2 C
Odisha

    ବାଲେଶ୍ୱରରେ ବିଜେଡି ମଙ୍ଗ ଧରିବେ ଲେଖାଶ୍ରୀ!

    ଆଗକୁ ପଢନ୍ତୁ

    ରାଜ୍ୟ ରାଜନୀତିକୁ ନେଇ ଏବେ ଚା ଖଟିରେ ନିର୍ଦ୍ଧୁମ ଚର୍ଚ୍ଚା ଜାରି ରହିଛି । ତେବେ ଏହି ଚର୍ଚ୍ଚାକୁ ଆହୁରି ଗରମ କରିଛି ଲେଖାଶ୍ରୀ ସାମନ୍ତସିଂହାରଙ୍କ ପାର୍ଟି ପରିବର୍ତ୍ତନ । ଭାରତୀୟ ଜନତା ପାର୍ଟିର ଉପସଭାପତି ପଦରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଛନ୍ତି ଲେଖାଶ୍ରୀ । ତେବେ ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ଲୋକସଭା ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି । ବାଲେଶ୍ୱର ଆସନରୁ ପୂର୍ବତନ ଦଳ ବିଜେପି ଏବଂ ପ୍ରତାପ ଷଡ଼ଙ୍ଗୀ ବିପକ୍ଷରେ ନିର୍ବାଚନ ଲଢିପାରନ୍ତି ଲେଖାଶ୍ରୀ । ତେଣୁ ଏଥିପାଇଁ ସେ ପ୍ରସ୍ତୁତି କରି ସାରିଥିବା ମଧ୍ୟ ଆଲୋଚନା ହେଉଛି ।

    ଗୋଟିଏ ସମୟରେ ଭାରତୀୟ ଜନତା ପାର୍ଟିର ମୁହଁ ସାଜିଥିଲେ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । କିନ୍ତୁ ଏବେ ବିଜେପି ଛାଡି ସେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଲେଖାଶ୍ରୀ ବିଜେଡିରେ ମିଶିବା ପରେ ବାଲେଶ୍ୱର ଲୋକସଭା ଆସନରେ ବିଜେପିର ଗଣିତ ବିଗାଡିବ ବୋଲି କୁହାଯାଉଛି । କାରଣ ଲେଖାଶ୍ରୀ ରାଜଧାନୀ ରାଜନୀତିରେ ଅଧିକ ସକ୍ରିୟ ଥିଲେ ମଧ୍ୟ ସେ ହେଉଛନ୍ତି ବାଲେଶ୍ୱରର ବାସିନ୍ଦା । ଏହା ସହ ଗତକାଲି ସେ ବିଜେଡିରେ ମିଶିବା ସମୟରେ ମଧ୍ୟ ଅନ୍ୟ ମାନଙ୍କ ସହ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ତାଙ୍କୁ ବିଜୁ ଜନତା ଦଳକୁ ସ୍ୱାଗତ କରିଥିଲେ । ବିଜେପି ବହୁ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ବାଲେଶ୍ୱର ଲୋକସଭା ଆସନରେ ପୁଣି ଥରେ ପ୍ରାର୍ଥୀ ଭାବେ ଘୋଷଣା କରିସାରିଛି । ହେଲେ ବିଜେଡି ଏପର୍ଯ୍ୟନ୍ତ ବାଲେଶ୍ୱର ପାଇଁ ସାଂସଦ ପ୍ରାର୍ଥୀ ଘୋଷଣା କରିନାହିଁ । ରବୀନ୍ଦ୍ର ଜେନା ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପାଇଁ ଦୃଢ ଦାବିଦାର ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବାଲେଶ୍ୱରରେ ଶାସକ ଦଳ କାହାକୁ ଟିକେଟ୍ ଦେବ ତାକୁ ନେଇ ସସପେନ୍ସ ରହିଛି । ତେଣୁ ଏହି ସଂସଦୀୟ କ୍ଷେତ୍ରରେ ବିଜେଡି ହୁଏତ ନୂଆ ମୁହଁ ଖୋଜୁଛି ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୧୯ ସାଧାରଣ ନିର୍ବାଚନରେ ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    42.2 ° C
    42.2 °
    42.2 °
    5 %
    4.4kmh
    0 %
    Fri
    42 °
    Sat
    42 °
    Sun
    45 °
    Mon
    44 °
    Tue
    43 °

    ସମ୍ବନ୍ଧିତ