Wednesday, April 8, 2026
30.6 C
Odisha

    ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାରଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ

    ଆଗକୁ ପଢନ୍ତୁ

    ପିଥୋରାଗଡ: ପ୍ରତିକୂଳ ପାଗ ଯୋଗୁଁ ବୁଧବାର ଦିନ ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି। ଖରାପ ପାଗ ଯୋଗୁ ପାଇଲଟ୍ ମୁନ୍ସିୟାରି ନିକଟ ଏକ ଦୁର୍ଗମ ଅଞ୍ଚଳରେ ଥିବା ରାଲାମରେ ହେଲିକପ୍ଟର ଅବତରଣ କରିବାକୁ ବାଧ୍ୟ ହୋଇଛନ୍ତି। ଚପରଟି ମିଲାମ ଅଭିମୁଖେ ଯାଉଥିଲା। ହେଲିକପ୍ଟରଟି ପାର୍ବତ୍ୟ ଅଞ୍ଚଳ ଉପରେ ଉଡ଼ୁଥିଲା ଯେତେବେଳେ ପାଗର ଅବସ୍ଥା ଖରାପ ହୋଇଥିବାରୁ ଅପରାହ୍ନ ଗୋଟାଏ ସମୟରେ ପାଇଲଟଙ୍କୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି।
    ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସତର୍କ କରାଯାଇଛି । ପାଣିପାଗର ସ୍ଥିତି ଉପରେ କଡ଼ା ନଜର ରଖାଯିବା ସହିତ ସିଇସି ଏବଂ ତାଙ୍କ ସହ ଥିବା ଅଧିକାରୀଙ୍କ ସୁରକ୍ଷା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ