Monday, May 20, 2024
25.1 C
Odisha

    ତ୍ରୁଟି ନା ୮୨୦ କୋଟିର ସ୍କାମ୍ ? ୟୁକୋ ବ୍ୟାଙ୍କରୁ ଲୋକଙ୍କ ବ୍ୟାଙ୍କଖାତାକୁ ପଳାଇଯାଇଥିଲା ୮୨୦ କୋଟି, ଏପର୍ଯ୍ୟନ୍ତ ଫେରିଛି ୭୦୫ କୋଟି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗତ ମାସରେ ୟୁକୋ ବ୍ୟାଙ୍କ ଇମିଡିଏଟ୍ ପେମେଣ୍ଟ ସର୍ଭିସ (ୟୁକୋ ବ୍ୟାଙ୍କ ଆଇଏମପିଏସ ସର୍ଭିସ) ଜରିଆରେ କେତେକ ଲୋକଙ୍କ ଆକାଉଣ୍ଟରେ ଭୁଲବଶତଃ ୮୨୦ କୋଟି ଜମା ହୋଇଯାଇଥିଲା । ଇତି ମଧ୍ୟରେ ତାହାମଧ୍ୟରୁ ୭୦୫ କୋଟି ଟଙ୍କା ଫେରାଇ ଅଣାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କରାଦ୍ କହିଛନ୍ତି ଯେ ଭୁଲରେ ୪୧ ହଜାରଟି ୟୁକୋ ବ୍ୟାଙ୍କ ଖାତାକୁ ମୋଟ ୮୨୦ କୋଟି ଟଙ୍କା ଟ୍ରାନ୍ସଫର ହୋଇଯାଇଯାଇଥିଲା ।

    ଗତ ମାସ ୧୫ ତାରିଖରେ ୟୁକୋ ବ୍ୟାଙ୍କରେ ହୋଇଥିବା ଏହି ତ୍ରୁଟି ଜଣାପଡ଼ିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ତେବେ ଏହା ସଂପୂର୍ଣ୍ଣ ଭାବେ ଏକ ବୈଷୟିକ ତ୍ରୁଟି ନ ହୋଇ ଏହାପଛରେ ତେକେକ ଲୋକ ସଂପକ୍ତ ଥିବା ସଂଦେହ ହେବା ପରେ ବ୍ୟାଙ୍କ ପକ୍ଷରୁ ସିବିଆଇ ନିକଟରେ ଏକ ଏଫଆଇଆର ରୁଜ୍ଜୁ କରାଯାଇଥିଲା । ବ୍ୟାଙ୍କର ୨ ଜଣ ସପୋର୍ଟ ଇଂଜିନିୟର ଓ କେତେକ ଅଜଣାବ୍ୟକ୍ତିଙ୍କ ନାଁରେ ଏହି ଏଫଆଇଆର ରୁଜ୍ଜୁ କରାଯାଇଥିଲା। ଏହାପରେ ଗତ ଡିସେମ୍ବର ୫ରେ ସିବିଆଇ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର ପ୍ରାୟ ୧୫ଟି ସ୍ଥାନରେ ଚଢଉ କରି କେତେକ ଆପତ୍ତିଜନକ କାଗଜପତ୍ର, ଲାପଟପ, କମ୍ପ୍ୟୁଟର ସିଷ୍ଟମ, ଡେବିଟ ଓ କ୍ରେଡିଟ କାର୍ଡ ଜବତ କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    85 %
    1.8kmh
    0 %
    Mon
    41 °
    Tue
    43 °
    Wed
    42 °
    Thu
    40 °
    Fri
    38 °

    ସମ୍ବନ୍ଧିତ