ଭୁବନେଶ୍ୱର : ଯଦି ଆପଣ ମେଡିକାଲ କ୍ଷେତ୍ରରେ ଚାକିରି ଖୋଜୁଛନ୍ତି, ତେବେ କର୍ମଚାରୀ ରାଜ୍ୟ ବୀମା ନିଗମ ଅବସର ଆଣି ଦେଇଛି । ESIC ଫରିଦାବାଦରେ ମେଡିକାଲ ବିଭାଗରେ ସ୍ପେଶାଲିଷ୍ଟ, ସିନିଅର ରେଜିଣ୍ଡେଣ୍ଟ, ସୁପର ସ୍ପେଶାଲିଷ୍ଟ, ଟିଚିଂ ଫାକ୍ଲଟି ଏବଂ ଭିଜିଟିଂ ଫାକ୍ଲଟି ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଆବେଦନ କରିବାକୁ ହେବ ।
ପଦବୀ ବିବରଣୀ : ୨୦୦
ସିନିଅର ରେଜିଣ୍ଡେଣ୍ଟ : ୧୨୧
ସ୍ପେଶାଲିଷ୍ଟ : ୪
ସୁପର ସ୍ପେଶାଲିଷ୍ଟ : ୧୪
ଟିଚିଂ ଫାକ୍ଲଟି: ୨୧
ଆସିଷ୍ଟାଣ୍ଟ ପ୍ରଫେସର : ୩୧
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୧୭ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ନୋଟିଫିକେସନ ଜାରି ଦେଖିବାକୁ ହେବ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୪୫ ବର୍ଷ ରହିଛି ।
ଦରକାରୀ ଡକ୍ୟୁମେଣ୍ଟ : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଡକ୍ୟୁମେଣ୍ଟ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ପାସପୋର୍ଟ ସାଇଜ ଫଟୋ, ଶିକ୍ଷାଗତ ପ୍ରମାଣପତ୍ର, ଅଭିଜ୍ଞତା ପ୍ରମାଣପତ୍ର, ବୟସ ପ୍ରମାଣପତ୍ର ଇଣ୍ଟରଭ୍ୟୁ ବେଳେ ନିଜ ସହିତ ନେଇ ଯିବାକୁ ହେବ ।
ଚୟନ ପ୍ରକ୍ରିୟା : ପ୍ରାଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ ହେବ । ଇଣ୍ଟରଭ୍ୟୁ ସମୟରେ ଶିକ୍ଷାଗତ ଯୋଗ୍ୟତା, ମେଡିକାଲ ଟେଷ୍ଟ ଏବଂ ଅଭିଜ୍ଞତା ଆଧାରରେ ଚୟନ କରାଯିବ ।
କେମିତି କରିବେ ଆବେଦନ : ଚୟନିତ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଏହାପରେ ରିକ୍ରୁଟମେଣ୍ଟ ସେକ୍ସନକୁ ଯାଇ ଆବେଦନ ଫର୍ମ ଡାଉନଲୋଡ କରିବାକୁ ହେବ । ଆବଶ୍ୟକ ବିବରଣୀ ଭରିବା ପରେ ଦସ୍ତାବିଜ ସଂଲଗ୍ନ କରି ସବମିଟ୍ କରନ୍ତୁ ।