Tuesday, September 17, 2024
24.1 C
Odisha

    ଏଣିକି ପିଲାଙ୍କୁ ମିଳିବନି ପାଣିଆ ଡାଲି! ବଢିବ ମଧ୍ୟାହ୍ନ ଭୋଜନ ଦର!

    ଆଗକୁ ପଢନ୍ତୁ

    ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟର ମାନ ବଢିବ। ପିଲାଙ୍କ ମଧ୍ୟାହ୍ନ ଭୋଜନ ମିଲ ଦର ବଢାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ନୋଡାଲ ଅଫିସର। ଆଉ ଏବେ ପିଲାଙ୍କ ଖାଇବା ଦର ବଢ଼ିବ କି ନାହିଁ ତାହା ସରକାରଙ୍କ ନିଷ୍ପତି ଉପରେ ନିର୍ଭର କରୁଛି। ପରିବା ଦର ବଢିଲା । ସବୁ ଅତ୍ୟାବଶ୍ୟକ ସାମଗ୍ରୀ ବି ମହଙ୍ଗା ହୋଇଛି । ଏଭଳି ସ୍ଥିତିରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଯୋଜନା ବାଟବଣା ହୋଇଛି । ପିଲା କେବଳ ବିନା ପରିବାରେ ଡାଲମା ଓ ଡାଲି ବଦଳରେ ହଳଦିଆ ପାଣି ପାଉଛନ୍ତି । କିନ୍ତୁ ଖୁବଶୀଘ୍ର ମଧ୍ୟାହ୍ନ ଭୋଜନ ଦର ବଢ଼ିପାରେ ବୋଲି ସଂକେତ ମିଳିଛି । ଏନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ମିଡ ଡେ ମିଲ ଷ୍ଟେଟ ନୋଡାଲ ଅଫିସର । ଅର୍ଥାତ ପିଲାଙ୍କ ଖାଇବା ଦର ବଢ଼େଇବେ କି ନାହିଁ ତାହା ଏବେ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।

    ପ୍ରାଥମିକ ସ୍କୁଲ ଓ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ସରକାର ମଧ୍ୟାହ୍ନ ଭୋଜନ ଦର ନିର୍ଦ୍ଧାରଣ କରିଛନ୍ତି । ନିୟମ ଅନୁସାରେ ୨୦୨୨ରେ ମଧ୍ୟାହ୍ନ ଭୋଜନ ପାଇଁ ଦର ନିର୍ଦ୍ଧାରଣ କରିଥିଲେ ସରକାର । ଏହା ମଧ୍ୟରେ ୨ ବର୍ଷ ବିତିଗଲାଣି । ଏବେ ସବୁଆଡେ ଦରଦାମ ହୁ ହୁ ହୋଇ ବଢିଚାଲିଛି । ତେଣୁ ପିଲାଙ୍କୁ ପୃଷ୍ଟିକର ଖଦ୍ୟା ଦେବା ସ୍କୁଲ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଖାଲି ସରକାର କହୁଛନ୍ତି ବୋଲି ସ୍କୁଲ କର୍ତ୍ତୃପକ୍ଷ ଉପାୟଶୂନ୍ୟ ହୋଇ ପିଲାଙ୍କୁ ଖାଇବା ପରଶି ଦେଉଛନ୍ତି ।

    ବର୍ତ୍ତମାନ ମିଡ ଡେ ମିଲ୍ ଷ୍ଟେଟ ନୋଡାଲ ଅଫିସରଙ୍କ ଏଭଳି ବୟାନ ପରେ ଖୁବଶୀଘ୍ର ମଧ୍ୟାହ୍ନ ଭୋଜନ ଦର ବଢିବ ଓ ସ୍କୁଲ ପିଲାଙ୍କୁ ଭଲ ମଧ୍ୟାହ୍ନ ଭୋଜନ ମିଳିବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ