Thursday, April 2, 2026
26 C
Odisha

    ଆଇଏସଆଇ ପୂର୍ବତନ ମୁଖ୍ୟ ଫୈଜ ହମିଦ ଗିରଫ ; ଗିରଫ କଲା ପାକିସ୍ତାନ ସେନା

    ଆଗକୁ ପଢନ୍ତୁ

    ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ପୂର୍ବତନ ମୁଖ୍ୟ ଫୈଜ ହମିଦ ଗିରଫ। ଗୃହ ନିର୍ମାଣ ଦୁର୍ନୀତି ପ୍ରସଙ୍ଗରେ ତାଙ୍କୁ ଗିରଫ କରିଛି ସେନା। ଗୁଇନ୍ଦା ସଂସ୍ଥାର ଜଣେ ପୂର୍ବତନ ମୁଖ୍ୟ ଗିରଫ ହେବାରେ ପାକିସ୍ତାନରେ ଏହା ପ୍ରଥମ ଘଟଣା। ଏହାସହ ହମିଦଙ୍କ ବିରୋଧ କୋର୍ଟ ମାର୍ସଲ ପ୍ରକ୍ରିୟା ଆରମ୍ଭ ହୋଇଛି।ପାକିସ୍ତାନୀ ଗଣମାଧ୍ୟମ ‘ଡନ୍’ରେ ଏନେଇ ଖବର ପ୍ରକାଶ ପାଇଛି। ଫୈଜ ହମିଦ୍ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘନିଷ୍ଠ ଥିଲେ ବୋଲି କୁହାଯାଏ। ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ହିଁ ହମିଦଙ୍କୁ ଆଇଏସଆଇ ମୁଖ୍ୟ ଭାବେ ନିଯୁକ୍ତି ଦେଇଥିଲେ। ତେବେ ୨୦୨୨ରେ ଅନାସ୍ଥା ପ୍ରସ୍ତାବରେ ହାରି ସରକାରରୁ ବିଦା ହେଲେ ଇମ୍ରାନ ଖାନ। ଏହାପରେ ହମିଦଙ୍କ ଭାଗ୍ୟ ମଧ୍ୟ ଖରାପ ଆଡ଼କୁ ଗତି କଲା। ସେ ନିଜ ଆଡୁ ଇସ୍ତଫା ଦେଇଥିଲେ। ତେବେ ଶେହବାଜ ସରିଫ ସରକାର ଆସିବା ପରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା। ଗତବର୍ଷ ନଭେମ୍ବରରେ ମାମଲାର ଶୁଣାଣି କରି ପାକିସ୍ତାନ ସୁପ୍ରିମକୋର୍ଟ ଆସିଥିବା ଅଭିଯୋଗ ଅତି ସଙ୍ଗୀନ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ