Sunday, October 4, 2026
28.6 C
Odisha

    ଚିକିଟି ମଦ ମୃତ୍ୟୁ ପରେ… ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢ଼ାଉ

    ଆଗକୁ ପଢନ୍ତୁ

    ମାଲକାନଗିରି: ଜିଲ୍ଲା ଅବକାରୀ ଅଧୀକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ଉପଅଧୀକ୍ଷକ ଟଙ୍କଧର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ କରାଯାଇଛି। ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ମାମଲା ପରେ ମାଲକାନଗିରି ଜିଲ୍ଲାର ଅବକାରୀ ବିଭାଗ ଅଧିକ ତତ୍ପରତା ଦେଖାଇଛି। ଅବକାରୀ କମିସନର ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଗତ ୨୦ ତାରିଖ ଆଜି ପର୍ଯ୍ୟନ୍ତ ଚୋରା ମଦ କାରବାର ବିରୁଦ୍ଧରେ ଏକ ସ୍ବତନ୍ତ୍ର ଡ୍ରାଇଭ୍ କାର୍ଯ୍ୟକ୍ରମ କରାଯାଇଥିଲା।

    ଏହି ସାତ ଦିନ ମଧ୍ୟରେ ମାଲକାନଗିରି ଜିଲ୍ଲାର ଚାରି ଗୋଟି ଅବକାରୀ ଥାନା ଓ ଜିଲ୍ଲା ମୋବାଇଲ ୟୁନିଟ କର୍ମଚାରୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବହୁ ପରିମାଣର ଦେଶୀ ରନ୍ଧା ମଦ ଓ ମହୁଲ ପୋଚକୁ ନଷ୍ଟ କରିଛନ୍ତି। ମଦ କାରବା ରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

    ତେବେ ଏହି ସାତ ଦିନରେ ୪୯ଟି କେଶ ରୁଜୁ କରିଥିବା ବେଳେ ୧୫ ଡଣ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ୧୨୭୬ ଲିଟର ମଦ ଜବତ କରାଯାଇଥିବା ବେଳେ ୧୧୩୫୦ କିଲୋ ମହୁ ପୋଚ ନଷ୍ଟ କରାଯାଇଛି। ଏହି ଚଢାଉରେ ଗୋଟିଏ ଅଟୋ ଓ ଗୋଟିଏ ମଟର ସାଇକେଲ ମଧ୍ୟ ଜବତ କରାଯାଇଛି। ଏହି ସ୍ବତନ୍ତ୍ର ଡ୍ରାଇଭ୍ କାର୍ଯ୍ୟକ୍ରମରେ ଅବକାରୀ ନିରୀକ୍ଷକ ସନ୍ତୋଷ କୁମାର ବଳ,ଅବକାରୀ ଉପ ନିରୀକ୍ଷକ ଅମିୟ କୁମାର ଖଞ୍ଜା, ଅଶେଷ କୁମାର ନାୟକ, ହେମନ୍ତ ବାଗ, ଦୀପକ କୁମାର ସାମଲ,ଏଏସଆଇ ରାମଚନ୍ଦ୍ର ହନ୍ତାଳ, ସୁରେନ୍ଦ୍ର ମାଝୀ, ପ୍ରଦୀପ କୁମାର ନାୟକ, ଜେମସ୍ ମାଲଖୋମ ସାହୁ ପ୍ରମୁଖ ସାମିଲ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ