Sunday, October 4, 2026
28.6 C
Odisha

    ପଶ୍ଚିମ ତ୍ରିପୁରାରେ ଦେବୀ ମୂର୍ତ୍ତି ଭଙ୍ଗା ପରେ ପୋଡ଼ାଜଳା, ଧାରା ୧୬୩ ଲାଗୁ

    ଆଗକୁ ପଢନ୍ତୁ

    ଅଗରତାଲା: ପଶ୍ଚିମ ତ୍ରିପୁରାର ରଣୀରବଜାର ଅଞ୍ଚଳରେ ଥିବା ଏକ ମନ୍ଦିର ଭିତରେ ଥିବା ଦେବୀ ମୂର୍ତ୍ତି ଭଙ୍ଗା ହୋଇଥିବା ଜଣାପଡ଼ିବା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଗ୍ରାମବାସୀମାନେ କେତେକ ଘର ଓ ଗାଡ଼ିରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି । ମୋଟ ୧୨ଟି ଘର ପୋଡ଼ିଯାଇଥିବା ଜଣାପଡ଼ିଛି ବୋଲି ସୋମବାର ସ୍ଥାନୀୟ ପୁଲିସ ସୂଚନା ଦେଇଛି।

    ଉତ୍ତେଜନାକୁ ଦୃଷ୍ଟିରେ ରଖି ରାଣୀରବଜାର ଜିରାନିଆ ଉପଖଣ୍ଡରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ କଟକଣା ଜାରି କରାଯାଇଛି। ଉତ୍ତେଜନା କୁ ନିୟନ୍ତ୍ରଣ କରିବା ପାଇଁ ଉକ୍ତ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବଳ ମୁତୟନ କରାଯାଇଛି।

    ଆସିଷ୍ଟାଣ୍ଟ ଇନସପେକ୍ଟର ଜେନେରାଲ (ଆଇନ ଶୃଙ୍ଖଳା) ଅନନ୍ତ ଦାସଙ୍କ ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ କୈତୁରବାଡ଼ିରେ ଦେବୀ କାଳୀଙ୍କ ମୂର୍ତ୍ତି ନଷ୍ଟ ହୋଇଥିବା ଦେଖିବା ପରେ ଦୁର୍ବୃତ୍ତମାନେ ରଣୀରବଜାରର ପ୍ରାୟ ୧୨ଟି ଘରେ ନିଆଁ ଲଗାଇ ଦେଇଥିଲେ।

    ଆସିଷ୍ଟାଣ୍ଟ ଇନସପେକ୍ଟର ଜେନେରାଲ (ଆଇନ ଶୃଙ୍ଖଳା) ଅନନ୍ତ ଦାସଙ୍କ ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ କୈତୁରବାଡ଼ିରେ ଦେବୀ କାଳୀଙ୍କ ମୂର୍ତ୍ତି ନଷ୍ଟ ହୋଇଥିବା ଦେଖିବା ପରେ ଦୁର୍ବୃତ୍ତମାନେ ରଣୀରବଜାରର ପ୍ରାୟ ୧୨ଟି ଘରେ ନିଆଁ ଲଗାଇ ଦେଇଥିଲେ। ଅଗ୍ନିକାଣ୍ଡରେ ଅନେକ ମୋଟର ସାଇକେଲ ଓ ପିକଅପ୍ ଗାଡି ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି । ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ପୁଲିସ ମହାନିର୍ଦେଶକ (ଗୁଇନ୍ଦା) ଅନୁରାଗ ଧନକର ଓ ପଶ୍ଚିମାଞ୍ଚଳ ଆରକ୍ଷୀ ଅଧୀକ୍ଷକ କିରଣ କୁମାର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ବୋଲି ଅନନ୍ତ ଦାସ ସୂଚନା ଦେଇଛନ୍ତି। ସମ୍ପତ୍ତି କ୍ଷୟକ୍ଷତି ଆକଳନ ସରିବା ପରେ ପୁଲିସ ସ୍ୱୟଂ ମୋଟୋ ନେଇ ମାମଲା ରୁଜୁ କରିବ। ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ