Monday, March 23, 2026
20.3 C
Odisha

    ଆଜିଠୁ +୨ ପରୀକ୍ଷା; ସିସିଟିଭି ନଜରରେ ରହିବେ ପରୀକ୍ଷାର୍ଥୀ

    ଆଗକୁ ପଢନ୍ତୁ

    ଆଜିଠାରୁ ଆରମ୍ଭ ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌‌ଏସ୍‌‌ଇ) ପରିଚାଳିତ +୨ ପରୀକ୍ଷା। ଏଥିପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପରୀକ୍ଷା ହଲ୍‌‌ ସମେତ ପ୍ରଶ୍ନପତ୍ର ଥିବା ହବ୍‌‌ରୁ ସିସିଟିଭିର ଲାଇଭ୍‌‌ ଷ୍ଟ୍ରିମିଂ ହେବ। ଏହାକୁ ଦେଖି ପରୀକ୍ଷା ପରିଚାଳନା କରିବା ପାଇଁ ପରିଷଦ ପକ୍ଷରୁ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ସେଠାରୁ ପରୀକ୍ଷାକୁ ନିରୀକ୍ଷଣ କରିବା ସହ ଆବଶ୍ୟକସ୍ଥଳେ ନିର୍ଦ୍ଦେଶ ଦେବାର ବ୍ୟବସ୍ଥା କରାଯାଇଛି।
    ସକାଳ ସାଢ଼େ ୧୦ଟାରେ ପରୀକ୍ଷା ଆରମ୍ଭ ହେବ। ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପରୀକ୍ଷାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି। ୧୫ ମିନିଟ୍‌‌ ପୂର୍ବରୁ ହଲ୍‌‌ରେ ପ୍ରବେଶ କରିବେ ଓ ୧୦ ମିନିଟ୍‌‌ ପୂର୍ବରୁ ଉତ୍ତରଖାତା ଓ ୫ ମିନିଟ୍‌‌ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ଦିଆଯିବ। ପ୍ରଶ୍ନପତ୍ରରେ ରୋଲ୍‌‌ ନମ୍ୱର ବ୍ୟତୀତ ଦାଗ ମଧ୍ୟ ଲଗାଇବାକୁ ବାରଣ କରାଯାଇଛି। ଅନ୍ୟଥା ମାଲ୍‌‌ପ୍ରାକ୍ଟିସ୍‌‌(ଏମପି) ହୋଇଯିବେ ବୋଲି ଦର୍ଶାଯାଇଛି। ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତା ବ୍ୟତୀତ ଆଡିସନାଲ୍‌‌ ସିଟ୍‌‌ ଦିଆଯିବ ନାହିଁ। ଲେଖିବା ପାଇଁ କଳା ବଲ୍‌ ପେନ୍‌‌ ଏବଂ ଆଡମିଟ୍‌‌ କାର୍ଡ ବ୍ୟତୀତ ଅନ୍ୟ କିଛି ନନେବାକୁ ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ଭିନ୍ନକ୍ଷମ ପିଲାଙ୍କ ପାଇଁ ଅଧିକ ୧ଘଣ୍ଟା ସମୟ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ